ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ତତ୍କାଳ ଗିରଫଦାରୀ ଉପରେ ରୋକ ଲଗାଇଲେ କୋର୍ଟ

35

କନକ ବ୍ୟୁରୋ : ଯୌତୁକ ନିର୍ଯାତନା ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆଇପିସି ଧାରା ‘୪୯୮-ଏ’ ଯୌତୁକ ନିର୍ଯାତନା ମାମଲାରେ ତତ୍କାଳ ଗିରଫଦାରି ଉପରେ ରୋକ ଲଗାଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏହି ମାମଲାଗୁଡିକୁ ଦେଖିବା ପାଇଁ ଆଇନ ପ୍ରାଧିକରଣ ପ୍ରତି ଜିଲ୍ଲାରେ ୩ ଜଣିଆ ପରିବାର କଲ୍ୟାଣ ସମିତି ଗଠନ ନେଇ ବିଚାରପତି ଏ.କେ ଗୋଏଲ ଓ ବିଚାରପତି ୟୁୟୁ ଲଳିତଙ୍କ ଦୁଇ ଜଣିଆ ଖଣ୍ଡପୀଠଙ୍କê ଜଣାଇଛନ୍ତି । ଏହି ସମିତି ଯୌତୁକ ନିର୍ଯାତନା ମାମଲାରେ ଅନୁଧ୍ୟାନ କରି, ରିପୋର୍ଟ ଦେବା ପରେ ହିଁ ଗିରଫଦାରୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି ।

କୋର୍ଟ ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛନ୍ତି, ଯଦି ନିର୍ଯାତନାରେ ମହିଳା ଆହତ କିମ୍ବା ମୃତ୍ୟୁ ବରଣ କରିଥାନ୍ତି ତେବେ ସିଧାସଳଖ ଗିରଫ କରିପାରିବ ପୁଲିସ । ଆଉ ଏହି ମାମଲାକୁ ସାଧାରଣ ଯୌତୁକ ମାମଲା ନୁହେଁ ଅନ୍ୟ ମାମଲା ଭଳି ବିଚାର କରାଯିବ । ଏଭଳି ମାମଲାରେ କୌଣସି ଗିରଫଦାରୀ ଉପରେ ରୋକ ଲାଗିବ ନାହିଁ ପରିବାର କଲ୍ୟାଣ ସମିତିର ରିପୋର୍ଟକୁ ଅପେକ୍ଷା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି । ତେବେ ଅନେକ ସମୟରେ ଯୌତୁକ ନିର୍ଯାତନା ମାମଲାରେ ଆଇନର ଦୁରୂପଯୋଗ ହେଉଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି କୋର୍ଟ ।