ଟ୍ରିପଲ ତଲାକ ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ! ଖରା ଛୁଟିରେ ଲଗାତାର ୪ଦିନ ଧରି ଏହି ମାମଲାର ହେବ ଶୁଣାଣି

39

କନକ ବ୍ୟୁରୋ : ଟ୍ରିପଲ ତଲାକ ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ୫ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଖଣ୍ଡପୀଠ ମେ ୧୧ ତାରିଖରୁ ମାମଲାର ଶୁଣାଣି ଆରମ୍ଭ କରିବ । ଖରା ଛୁଟିରେ ଲଗାତାର ୪ଦିନ ଧରି ଟ୍ରିପଲ ତଲାକ ମାମଲାର ଶୁଣାଣି ହେବ ବୋଲି ଚିଫ ଜଷ୍ଟିସ ଜେ.ଏସ. ଖେହର ସୂଚନା ଦେଇଛନ୍ତି ।

ମୁସଲିମ ସଂପ୍ରଦାୟଙ୍କ ମଧ୍ୟରେ ହେଉଥିବା ଟ୍ରିପଲ ତଲାକ, ନିକାହ ହଲାଲ ପ୍ରଥା ସଂପର୍କରେ ସାମ୍ବିଧାନିକ ଖଣ୍ଡପୀଠ ଆଇନ ଆଧାରରେ ବିଶ୍ଲେଷଣ କରିବ । ଯଦି ସମସ୍ତ ପକ୍ଷ ମାମଲାର ଶୁଣାଣି ନେଇ ପ୍ରସ୍ତୁତ ନୁହଁନ୍ତି ତେବେ, କୋର୍ଟର ବିଚାରପତିମାନେ ମଧ୍ୟ ଖରା ଛୁଟିର ମଜା ନେବେ ବୋଲି କହିଥିଲେ, ଚିଫ ଜଷ୍ଟିସ ଜେଏସ ଖେହର । ତେବେ ଶୁଣାଣି ତାରିଖ ମେ ୧୧ ଧାର୍ଯ୍ୟ ହେବା ପରେ ସମସ୍ତ ପକ୍ଷକୁ ୨ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।