ଧର୍ମକୁ ନେଇ ସୁପ୍ରମିକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ବିବାହ ପରେ ବି ହେବନି ପତ୍ନୀଙ୍କ ଧର୍ମ ପରିବର୍ତ୍ତନ

58

ବିବାହ ପରେ ମହିଳାଙ୍କ ସାଙ୍ଗିଆ(ସରନେମ) ବଦଳିବା ସହ ଧର୍ମ ବଦଳିବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି । ବିବାହପରେ ପତ୍ନୀଙ୍କ ଧର୍ମ ପତିଙ୍କ ଧର୍ମ ଏବଂ ସାଙ୍ଗିଆ ମୁତାବକ ଯୋଡି ହେଲାଭଳି ନିୟମ କୌଣସି ଆଇନରେ ନାହିଁ ବୋଲି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ।

ଅନ୍ୟ ସମ୍ପ୍ରଦାୟରେ ବିବାହ କରିଥିବା ପାର୍ସି ମହିଳାଙ୍କୁ ‘ଟାଓତବର ଅଫ ସାଇଲେନ୍ସ’ରେ ପ୍ରବେଶ କରିବାକୁ ‘ବାଲସାଦ ଜୋରାଷ୍ଟ୍ରଆନ ଟ୍ରଷ୍ଟ’ବାରଣକୁ ନେଇ ଏହି ମାମଲା ଉପୁଜିଥିଲା । ନିଜ ପିତାମାତାଙ୍କର ଶେଷକୃତ୍ୟ କରିବାକୁ ମହିଳାଙ୍କୁ ଅନୁମତି ଦିଆଯାଇନଥିଲା । ଏହି ନିଷ୍ପତ୍ତର ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ ‘ବାଲସାଦ ଜୋରାଷ୍ଟ୍ରିଆନ ଟ୍ରଷ୍ଟ’କୁ ଅନୁରୋଧ କରିଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏକେ ସିକ୍ରି, ଏ ଏମ ଖାନୱିଲକର, ଡି ୱାଇ ଚନ୍ଦ୍ରଚୂଡ ଏବଂ ଅଶୋକ ଭୂଷଣଙ୍କୁ ନେଇ ଅନୁଷ୍ଠିତ ଖଣ୍ଡପୀଠ ଏହାକୁ ସ୍ୱେଚ୍ଛାଚାରୀ ବୋଲି କହିଛନ୍ତି । ଭିନ୍ନ ସମ୍ପ୍ରଦାୟରେ ବିବାହ କରିଥିବା ପୁରୁଷଙ୍କୁ ଯଦି ସମସ୍ତ କ୍ଷେତ୍ରରେ ପ୍ରବେଶକୁ ନେଇ ଯଦି କୌଣସି ନିଷିଦ୍ଧତା ନାହିଁ ତେବେ ମହିଳାଙ୍କ ପାଇଁ ଏପରି କୌଣସି ନିୟମ ନଥିବା ଖଣ୍ଡପୀଠରେ ଆଲୋଚନା କରାଯାଇଛି । ଏବଂ ବିବାହ ଭିତ୍ତିରେ ଜଣେ ମହିଳାଙ୍କର ନାଗରିକ ଅଧିକାର କଦାପି ଛିନ୍ନ କରାଯାଇପାରିବ ନାହିଁ ବୋଲି ଏହି ଆଲୋଚନାରେ କୁହାଯାଇଛି ।

ଗୁଲରୋଖ ଏମ ଗୁପ୍ତଙ୍କ ତରଫରୁ ଲଢୁଥିବା ବରିଷ୍ଠ ଆଡୋଭୋକେଟ ଇନ୍ଦିରା ଜୟସିଂହଙ୍କ ଯୁକ୍ତିକୁ ପ୍ରଶଂସା କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ବିବାହ ଅର୍ଥ ନୁହେଁ ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପାଖେ ବନ୍ଧା ପଡିଛନ୍ତି । ବମ୍ବେ ହାଇକୋର୍ଟ ଘୋଷଣା କରିଥିବା ଏହି ମିଶ୍ରଣ ନୀତିକୁ ଗ୍ରହଣ କରୁନଥିବା ଖଣ୍ଡପୀଠ ପ୍ରତ୍ୟୁତ୍ତର ଦେଇଛନ୍ତି ।