ଏସସି, ଏସଟି ଆକ୍ଟର ହେଉଥିବା ଦୁରୁପଯୋଗ ଉପରେ ଲଗାମ ଲଗାଇଲେ ସୁପ୍ରିମକୋର୍ଟ ! ଏଣିକି ତଦନ୍ତ ବିନା ଅଭିଯୁକ୍ତଙ୍କୁ ଗିରଫ କରିପାରିବନି ପୋଲିସ

32

ଏସସି/ଏସଟି ପ୍ରିଭେନସନ ଅଫ୍ ଆଟ୍ରୋସିଟିଜ୍ ଆକ୍ଟର ଦୁରୁପଯୋଗ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଣିକି ବିନା ତଦନ୍ତରେ ଖାଲି ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ପୋଲିସ । ପୂର୍ବରୁ ଏହି ଆଇନ ବଳରେ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ମିଳିବାର ବ୍ୟବସ୍ଥା ନଥିବାରୁ ଏବଂ ଏଥିରେ ଆକ୍ରୋଶ ମୂଳକ ବ୍ୟବହାର ବଢୁଥିବାରୁ ଏଥିରେ ହସ୍ତକ୍ଷେପ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବଢି ଚାଲିଥିବା ମିଛ ମାମଲାକୁ ରୋକିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଇନରେ ପରିବର୍ତନ ଆଣିଛନ୍ତି । ଅଗ୍ରୀମ ଜାମିନ୍ ବ୍ୟବସ୍ଥା ସହ ଘଟଣାର ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏସସି ଏସଟି ଆକ୍ଟର ହେଉଥିବା ଦୁରୁପଯୋଗ ଉପରେ ଲଗାମ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ଏସସି/ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟିଜ୍ ଆକ୍ଟ ୧୯୮୯ ଓ ୨୦୧୬ରେ ଆମେଣ୍ଡମେଂଟ ହୋଇଥିବା ଧାରା ୭ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ କରାଯାଇଛି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସରକାରୀ କର୍ମଚାରୀ କିମ୍ବା ଅନ୍ୟ ଅଭିଯୁକ୍ତଙ୍କୁ ଏହି ଆକ୍ଟ ବଳରେ ତକ୍ରାଳ ଗିରଫ କରାଯାଇପାରିବନାହିଁ । ଆସନ୍ତୁ ଜାଣିବା ଏହା ଉପରେ କ’ଣ ରହିଛି ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ।

() ୨୦୧୫ ମସିହାରେ ଏହି ଆଇନ୍ ବଳରେ ଯେତିକି ଅଭିଯୋଗ ହୋଇଛି, ସେଥିରୁ ୧୫ରୁ ୧୬ ପ୍ରତିଶତ ଅଭିଯୋଗ ମିଛ ।
() ଜାତି, ଧର୍ମ ନିର୍ବିଶେଷରେ କାହାକୁ ନିର୍ଯାତନା ଦେବା ସମ୍ବିଧାନ ବିରୋଧୀ ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟ ।
() ଅଭିଯୋଗ ମିଳିଲା ମାତ୍ରେ ଏସସି ଓ ଏସଟି କ୍ରୁରତା ନିବାରଣ ଆଇନ ବଳରେ ସରକାରୀ କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇପାରିବନାହିଁ ।
() ଅଗ୍ରୀମ ଜାମିନ୍ ପାଇଁ ମଧ୍ୟ ଆବେଦନ କରିପାରିବେ ଅଭିଯୁକ୍ତ ।
() ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ହେବା ପରେ ହିଁ ଅଭିଯୁକ୍ତକୁ ଗିରଫ କରିପାରିବ ପୋଲିସ ।
() ଅଭିଯୋଗର ୭ ଦିନ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ।
() ଅଭିଯୋଗର ପ୍ରାଥମିକ ତଦନ୍ତ ଡିଏସପି କିମ୍ବା ଉଚ୍ଚ ପାହ୍ୟା ପୋଲିସ ଅଧିକାରୀ କରିବେ ।

ଆଇନ ବଳରେ କୌଣସି ଅଧିକାରୀଙ୍କୁ ଗିରଫ କରାଗଲେ ତାଙ୍କୁ ଅନ୍ତରୀଣ ଜାମିନ ମିଳିବାର ସମ୍ଭାବନା ନଥିବାରୁ ଏଥିରେ ଆକ୍ରୋଶ ମୂଳକ ବ୍ୟବହାର ବେଶୀ ହୋଇଥାଏ । ମିଛ ମାମଲାକୁ ରୋକିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିଷ୍ପତି ନେଇଛନ୍ତି ।ଏସସି/ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟିଜ୍ ଆକ୍ଟର ଦୂରୁପଯୋଗ ଦିନକୁ ଦିନ ବଢି ଚାଲିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ୍ ଆଦର୍ଶ ଗୋଏଲ ଓ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ଏହି ଆଇନରେ ପରିବର୍ତନ ଆଣିଛନ୍ତି ।