ବ୍ଲୁହ୍ୱେଲ ଏକ ରାଷ୍ଟ୍ରୀୟ ସମସ୍ୟା: ସୁପ୍ରିମକୋର୍ଟ

22

ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ମୃତ୍ୟୁର ଖେଳ ବ୍ଲୁହ୍ୱେଲ । ଶୁକ୍ରବାର ସୁପ୍ରିମକୋର୍ଟ ବ୍ଲୁହ୍ୱେଲ୍ ଖେଳକୁ ନେଇ କଡା ସମାଲୋଚନା କରି କହିଛନ୍ତି କି, ଏହା ଏକ ଜାତୀୟ ସମସ୍ୟା ଅଟେ ଏବଂ ଏହା ବିରୋଧରେ କଠିନ ପଦକ୍ଷେପ ନେବା ଜରୁରୀ ।

ସୂଚନା ମୁତାବକ, ଦୂରଦର୍ଶନ ଏବଂ ଘରୋଇ ଚ୍ୟାନେଲରେ ଏହି ଖେଳର ପ୍ରତିବାଦରେ କିଛି ଟିପ୍ପଣୀ ଦେବାପାଇଁ ଏବଂ ପ୍ରାଇମ ଟାଇମ କାର୍ଯ୍ୟକ୍ରମରେ ସଚେତନତା କାର୍ଯ୍ୟକ୍ରମ ପ୍ରସାରିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ପୂର୍ବେ ଦେଶରେ ଏହି ଖୁନୀ ଖେଳର ଶିକାରରେ ଯିଏ ବି ଆସିଲା ତାର ମୃତ୍ୟୁ ସୁନିଶ୍ଚିତ ଥିଲା । ନଚେତ୍ ଏହି ଖେଳର ବଶବର୍ତ୍ତୀ ହୋଇ ନିଜ ଶରୀରକୁ କ୍ଷତବିକ୍ଷତ କରି ପକାଉଥିଲା ।

ତେବେ ଏହି ଖୁନୀଖେଳ ବ୍ଲୁହ୍ୱେଲର ଆରମ୍ଭ ହୋଇଥିଲା ରୁଷରେ । ମନୋବୈଜ୍ଞାନୀ ଛାତ୍ର ଫିଲିପ୍ ବୁଡେକିନଙ୍କୁ ତାଙ୍କ ୟୁନିଭର୍ସିଟିରୁ ବାହାର କରି ଦିଆଯିବା କାରଣରୁ ସେ ଏହି ଗେମ ଜରିଆରେ ସୋସାଇଟିକୁ ସ୍ୱଚ୍ଛ କରିବାକୁ ଚାହୁଁଥିଲା ଏବଂ ସମାଜରେ କିଛି କାମରେ ନଆସିବା ଲୋକଙ୍କୁ ସେ ବାହାର କରିବାକୁ ଚାହୁଁଥିଲା ।ପରେ ଏହି ଖେଳର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ପ୍ରଥମେ ଖେଳ ଆଗକୁ ନେବାରେ ଏହି ଯୁବତୀଙ୍କ ହାତ ରହିଥିଲା ।