ସେରିଡନ୍ ସମେତ ଆଉ ଦୁଇଟି ଔଷଧକୁ ସୁପ୍ରିମକୋର୍ଟ ଠାରୁ ମିଳିଲା ଆଶ୍ୱସ୍ଥି, ବଜାରରେ ବିକ୍ରି ପାଇଁ ମିଳିଲା ଅନୁମତି

30

ସୁପ୍ରିମକୋର୍ଟ ସେରିଡନ୍ ଓ ଅନ୍ୟ ଦୁଇଟି ଔଷଧକୁ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ମୁଣ୍ଡବିନ୍ଧା ଲାଗି ବ୍ୟବହାର ହେଉଥିବା ଲୋକପ୍ରିୟ ଔଷଧ ‘ସେରିଡନ୍’ର ବିକ୍ରି ଉପରେ ଜାରି ନିଷେଧାଦେଶକୁ ସୋମବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏହା ଫଳରେ ବଜାରରେ ସେରିଡନ୍ ବିକ୍ରି ହୋଇପାରିବ ବୋଲି ଜଣାପଡ଼ିଛି। ସଂପ୍ରତି ସରକାରଙ୍କ ପକ୍ଷରୁ ଶରୀର ଉପରେ କୁପ୍ରଭାବ ପକାଉଥିବା ୩୮୨ଟି ଔଷଧ ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହାର ପ୍ରସ୍ତୁତି ଓ ପରିବେଷଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଦେଶ ବିଦେଶର ଡ଼ାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କବାଣୀ କରିଥିଲେ କି ଭିନ୍ନ ଭିନ୍ନ ଆଣ୍ଟି ବାୟୋଟିକର ମିଶ୍ରଣରେ ପ୍ରସ୍ତୁତ ଔଷଧର ବହୁଳ ବ୍ୟବହାର ଫଳରେ ଭାରତରେ ମଣିଷମାନଙ୍କ ଭିତରେ ‘ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ’ ଦେଖାଦେଇଛି।

ଅନ୍ୟପକ୍ଷରେ ଭିନ୍ନ -ଭିନ୍ନ ଆଣ୍ଟିବାୟୋଟିକର ମିଶ୍ରଣରେ ପ୍ରସ୍ତୁତ ଔଷଧର ବ୍ୟବହାର ଭାରତରେ ସର୍ବାଧିକ। ପୃଥିବୀର ଅନ୍ୟ କୌଣସି ଦେଶରେ ଏହା ଏତେ ଅଧିକ ନୁହେଁ। ଏ ସବୁକୁ ଅନୁଧ୍ୟାନ ଲାଗି ଗଠିତ ବିଶେଷଜ୍ଞ ମଣ୍ଡଳୀର ସୁପାରିଶ କ୍ରମେ କେନ୍ଦ୍ର ସରକାର ଗତ ସପ୍ତାହରେ ଏହି ଶ୍ରେଣୀର ୩୮୨ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ନିଷେଧାଦେଶ ଜାରି କରିଥିଲେ।