ନିଟ୍ ପ୍ରବେଶିକା ପରୀକ୍ଷା ବାତିଲ ଆବେଦନ ଅଗ୍ରାହ୍ୟ ! ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପ୍ରଶ୍ନପତ୍ର ବିଭ୍ରାଟ ନେଇ ହୋଇଥିଲା ଅଭିଯୋଗ

38

କନକ ବ୍ୟୁରୋ : ନ୍ୟାସନାଲ ଏଲଜିବିଲଟି କମ ଏଂଟ୍ରାସ ଟେଷ୍ଟ ସମ୍ପର୍କରେ ତୁରନ୍ତ ଶୁଣାଣୀ ଆବେଦନକୁ ସୁପ୍ରିମକୋର୍ଟ ଆଜି ଅଗ୍ରାହ୍ୟ କରିଦେଇଛନ୍ତି । ନିଟର ଫଳ ଜୁନ ୮ ତାରିଖରେ ପ୍ରକାଶ ପାଇବ । ଏହାପୂର୍ବରୁ ନିଟର ସମସ୍ତ ପ୍ରକ୍ରିୟା ଉପରେ ଜୁନ ୭ ତାରିଖ ଯାଏଁ ରହିତାଦେଶ ଜାରି କରିସାରିଛନ୍ତି ।

ପ୍ରଶ୍ନପତ୍ରରେ ବିଭ୍ରାଟ ଥିବା ଦର୍ଶାଇ ତାମିଲନାଡୁ ମଦୁରାଇର କିଛି ଛାତ୍ର ମାଡ୍ରାସ ହାଇକୋର୍ଟରେ ପୃଥକ ପୃଥକ ପିଟିସିନ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ପୂର୍ବରୁ ନିଟ ପରୀକ୍ଷା ନେଇ ବିଭିନ୍ନ ରାଜ୍ୟରେ ତମ୍ବିତୋଫାନ ହୋଇସାରିଛି ।