ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ମାମଲା : ଶୀଘ୍ର ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ 

ସୋମବାର ଦିନ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣିର ଦାବି କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ

95

ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଭୂମି ବିବାଦ ମାମଲାରେ ଶୀଘ୍ର ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ । ସୋମବାର ଦିନ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣିର ଦାବି କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ କେ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ କି, ଅପିଲ ଗୁଡ଼ିକର ଶୁଣାଣି ପାଇଁ ଉପଯୁକ୍ତ ଖଣ୍ଡପୀଠଙ୍କ ସମ୍ମୁଖରେ ଜାନୁଆରି ମାସ ନିମନ୍ତେ ତାଲିକାଭୁକ୍ତ କରାଯାଇଛି । ଜରୁରୀ ଶୁଣାଣି ନିମନ୍ତେ ଅନୁରୋଧ କରିବାକୁ ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ହାଜର ହୋଇଥିବା ଓକିଲ ବରୁଣ କୁମାର ସିହ୍ନାଙ୍କ ଖଣ୍ଡପୀଠ କହିଲେ, ଆମେ ଆଦେଶ ଦେଇ ସାରିଛୁ। ଜାନୁଆରି ମାସରେ ଅପିଲର ଶୁଣାଣି କରାଯିବ। ଅନୁମତି ନିମନ୍ତେ ଅନୁରୋଧ ଅଗ୍ରାହ୍ୟ କରାଗଲା।