ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କୁ ଝଟକା । ଆରେ ଅଂଚଳରେ ତୁରନ୍ତ ଗଛକଟା ବନ୍ଦ ସହ ଗିରଫଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ

265

କନକ ବ୍ୟୁରୋ: ମୁମ୍ବାଇ ଆରେ କଲୋନୀର ଗଛ କଟା ମାମଲାର ମହାରାଷ୍ଟ୍ର ସରକାରଙ୍କୁ ବଡ ଖଟକା । ତୁରନ୍ତ ଗଛ କଟା ବନ୍ଦ କରିବା ସହ ଯଥାଶୀଘ୍ର ଗିରଫ ହୋଇଥିବା ଲୋକଙ୍କୁ ମୁକ୍ତ କରିବାକୁ ଆଜି ଶୁଣାଣି କରି ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାର ପରବର୍ତି ଶୁଣାଣି ଆସନ୍ତା ୨୧ ତାରିଖରେ ହେବ । ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଜରୁରୀ ଶୁଣାଣି ସିଧାସଳଖ ପ୍ରଶ୍ନ କରିଥିଲେ ଆରେ ଜଙ୍ଗଲ ବାସ୍ତବରେ କଣ । ଏକ ଜଙ୍ଗଲ ନା ସଂବେଦନଶୀଳ ଅଂଚଳ ।

ଛାତ୍ରଙ୍କ ପ୍ରତିନିଧି ଦଳ ଆବେଦନରେ ଦର୍ଶାଇଥିଲେ, ଅକ୍ଟୋବର ୪ ତାରିଖରୁ ବେଆଇନ ଭାବେ ଗଛ କଟାଯାଉଛି । ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କୁ ଗିରଫ କରାଯାଉଛି । ପରିବେଶ ସୁରକ୍ଷାକୁ ନଜରରେ ରଖି ଏଭଳି ଗଛକଟା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଛାତ୍ର ପ୍ରତିନିଧି ଦଳ ।