ବିଏସପି ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା : ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅର୍ଥ ଫେରାଇବାକୁ ନିର୍ଦ୍ଦେଶ

ବିଏସପି ସରକାର ସମୟରେ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୬ହଜାର କୋଟି

182

ବିଏସପି ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମାୟାବତୀଙ୍କୁ ସମାଲୋଚନା କରିଛନ୍ତି । ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ତିଆରିରେ ଯେତିକି ଜନତାଙ୍କ ଅର୍ଥ ଖର୍ଚ୍ଚ କରିଛନ୍ତି ସେସବୁକୁ ଫେରସ୍ତ କରିବା ଦରକାର ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କହିଛନ୍ତି କି ଜନତାର ଟଙ୍କାରେ ମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଟଙ୍କା ସରକାରୀ କୋଷରେ ଦାଖଲ କରିବା ଉଚିତ ମାୟାବତୀ । ଆସନ୍ତା ୨ ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମୂର୍ତ୍ତି ସ୍ଥାପନକୁ ନେଇ ସୁପ୍ରିମକୋର୍ଟରେ ଗତ ୨୦୦୯ ମସିହାରେ ଆବେଦନ କରାଯାଇଥିଲା । ୟୁପିରେ ବିଏସପି ଶାସନକାଳ ସମୟରେ ଅନେକ ପାର୍କରେ ବିଏସପି ସଂସ୍ଥାପକ କାଂଶୀରାମ, ମାୟାବତୀ ଓ ହାତୀ ପ୍ରତିକୃତି ନିର୍ମାଣ କରାଯାଇଥିଲା । ଗତ ୨୦୧୫ ମସିହାରେ ୟୁପି ସରକାରଙ୍କୁ ଏହା ଉପରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଥିଲେ ସର୍ବୋଚ୍ଚ ଅଦାଲତ । ସୂଚନା ଅନୁଯାୟୀ ଏହି ନିର୍ମାଣରେ ୬ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।