ଜିଓ ପାଇଁ ବରଦାନ ସୁପ୍ରିମକୋର୍ଟଙ୍କ ନିର୍ଦେଶ ! ଅନ୍ୟ କମ୍ପାନୀ ଭୋଗିପାରନ୍ତି ଆର୍ଥିକ ସମସ୍ୟା

34

ପ୍ରଥମରୁ ହିଁ ଜିଓ ପାଇଁ ଚାପରେ ଥିଲେ ଅନ୍ୟ ଟେଲିକମ୍ କମ୍ପାନୀ । ଆଉ ଏବେ ବୋଝ ଉପରେ ଳଳିତା ବିଡା ସାବ୍ୟସ୍ତ ହୋଇଛି କୋର୍ଟଙ୍କ ନିର୍ଦେଶ । ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଉପଭୋକ୍ତାଙ୍କ ମୋବାଇଲ୍ ନମ୍ବରକୁ ଆଧାର କାର୍ଡ ସହ ଲିଙ୍କ୍ କରାଯିବା ବାଧ୍ୟତାମୂଳକ । ଏହାର ଶେଷ ତାରିଖ ରହିଛି ୬ଫେବ୍ରୁଆରୀ ୨୦୧୮ ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସବୁ ଟେଲିକମ୍ କମ୍ପାନୀ ଏଥିପାଇଁ ଚିନ୍ତିତ କି ଏହା ଦ୍ୱାରା ନା କେବଳ ସମସ୍ତ ନଷ୍ଟ ହେବ ବରଂ ଟଙ୍କା ମଧ୍ୟ ଖର୍ଚ୍ଚ ହେବ । ସେଲ୍ୟୁଲାର୍ ଅପରେଟରର୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଏହି ନୂଆ ନିୟମ ପାଇଁ ସମସ୍ତ ଟେଲିକମ୍ କମ୍ପାନୀଙ୍କର ପ୍ରାୟ ୧୦୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଜିଓ ପାଇଁ ପ୍ରଥମରୁ ହିଁ ଅନ୍ୟ ସମସ୍ତ ଟେଲିକମ୍ କମ୍ପାନୀ କ୍ଷତିରେ ଚାଲୁଛନ୍ତି ।

ସେପଟେ ଏହି ନିୟମ ଜିଓ ପାଇଁ ପାଲିଟିଛି ବରଦାନ । କାରଣ ଜିଓ ଆରମ୍ଭରୁ ହିଁ ଆଧାର କାର୍ଡ ଉପରେ ସିମ୍ ଦେଇଛି । ତେଣୁ ସମସ୍ତ ନମ୍ବର ଆଧାର ସହ ଲିଙ୍କ୍ ହୋଇଥିବାରୁ ଜିଓ ଆଉ ଭେରିଫିକେସନ୍ ପ୍ରକିୟା କରିବ ନାହିଁ ।