ପୋଲାଭରମ ନେଇ ଓଡିଶାର ପିଟିସନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ : ୪ ସପ୍ତାହ ମଧ୍ୟରେ ଉତର ଦେବାକୁ ଆନ୍ଧ୍ର ଓ କେନ୍ଦ୍ରକୁ ନିର୍ଦେଶ

16

କନକ ବ୍ୟୁରୋ : ସୁପ୍ରିମକୋର୍ଟ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି । ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ  କୋର୍ଟ ନୋଟିସ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଲେ ଓଡିଶାର ୧୫ଟି ରାଜସ୍ୱଗ୍ରାମ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରୁଛନ୍ତି ରାଜ୍ୟ ସରକାର । ଏନେଇ ରାଜନୈତିକ ସ୍ତରରେ ଲଢେଇ କରୁଥିବା ସରକାର କେନ୍ଦ୍ର ସରକାରଙ୍କ ଠାରୁ ନିରାଶ ହେବା ପରେ ଏବେ ଆଇନଗତ ଲଢେଇକୁ ଜୋରଦାର କରିଛନ୍ତି ।