ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା : ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରମିକୋର୍ଟ,୫୦ ପ୍ରତିଶତ ଟପିବନି ସଂରକ୍ଷଣ

40

କନକ ବ୍ୟୁରୋ : ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଆଜି ଝଟକା ଲାଗିଛି । ଏ ନେଇ ହାଇକୋର୍ଟଙ୍କ ରାୟଙ୍କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ପୂର୍ବରୁ ହାଇକୋର୍ଟ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତ ଟପିବ ନାହିଁ ବୋଲି ନିିର୍ଦ୍ଦେଶ ଦେଇଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ବିଚାରପତି ସଞ୍ଜୟ କିଷନ କୌଲ ଓ ଉଦୟ ରମେଶ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହିରାୟ ଦେଇଛନ୍ତି ।

image courtesy – www.afternoonvoice.com

୨୦୧୨ ପଂଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଂଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ଟପିଥିଲା । ଏହା ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଙ୍ଘନ କରୁଛି ବୋଲି ଦର୍ଶାଯାଇ ହାଇକୋର୍ଟରେ ଅନେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ କାଏମ ରଖିଛନ୍ତି । ଏଣିକି ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ।