ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସ୍ୱାମୀଙ୍କୁ ଜିଦ କରିପାରିବେନି ପତ୍ନୀ

113

oldies2ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସ୍ୱାମୀଙ୍କୁ ନିଜ ବାପା-ମା’ଙ୍କଠାରୁ ଅଲଗା ରହିବା ପାଇଁ ବାଧ୍ୟ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ୱାମୀ । ଏହାସହ ବାରମ୍ବାର ଆତ୍ମହତ୍ୟା ଧମକ୍ ଦେଲେ ବି ପତ୍ନୀଙ୍କୁ ସ୍ୱାମୀ ଛାଡପତ୍ର ଦେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି ।

he-married-sister-in-law-and-laterକର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ମାମଲାକୁ ରଦ୍ଦ କରି ଏହି ରାୟ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ବାରମ୍ବାର ଆତ୍ମହତ୍ୟା ଧମକ ଦେଇ ନିର୍ଯାତନା ଦେଉଥିବା ଆଧାରରେ ଜଣେ ବ୍ୟକ୍ତି ଛାଡପତ୍ର ଦେବାକୁ ନେଇ ମାମଲା ରୁଜୁ ହୋଇଥିଲା । କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ଖାରିଜ କରିଦେଇଥିଲେ । ସୁପ୍ରିମକୋର୍ଟ, କର୍ଣ୍ଣାଟକ ହାଇକୋର୍ଟର ଏହି ମାମଲାକୁ ରଦ୍ଦ କରିଛନ୍ତି ।

old-age_a3a70466-3564-11e6-893c-b4f6f4b06aa3ଏହାସହ ଆତ୍ମହତ୍ୟା ଧମକ ଦେଇ ନିର୍ଯାତନା ଦେଲେ ପତି ଛାଡପତ୍ର ଦେଇପାରିବେ ବୋଲି ରାୟ ପ୍ରକାଶ କରିଛନ୍ତି । ସାଧାରଣତଃ ବିବାହ ପରେ ଶ୍ୱଶୁର ଘର ଲୋକଙ୍କ ସହ ପତ୍ନୀକୁ ରହିବାକୁ ପଡେ । ଯଦି ସ୍ତ୍ରୀ, ସ୍ୱାମୀଙ୍କୁ ନେଇ ଅଲଗା ରହିବା ପାଇଁ ଚାହୁଁଥିବେ ତେବେ ଏଥିପାଇଁ ତାଙ୍କୁ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡିବ ।