ବେଆଇନ୍ ଭାବେ ଆପଣଙ୍କ ସଂପତ୍ତି ଉପରେ କେହି ଅଧିକାର ସାବ୍ୟସ୍ତ କରୁଛନ୍ତି କି ? ତେବେ କୋର୍ଟ କଚେରୀର ଚକ୍କର ନ କାଟି ଏଭଳି ଉପାୟରେ କରନ୍ତୁ ଖାଲି ।

9,290

ଯଦି ଆପଣଙ୍କ ଘର କିମ୍ବା ଜମିକୁ କେହି ଅକ୍ତିଆର କରୁଛନ୍ତି ତେବେ ଆପଣ ବିନା କୋର୍ଟ କଚେରି ଯାଇ ଏହାକୁ ଖାଲି କରାଇପାରିବେ । ଏନେଇ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । ଏକ ମାମଲାରେ ରାୟ ଶୁଣାଇବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତି ଅନ୍ୟର ସଂପତ୍ତି ଉପରେ ବେଆଇନ୍ ଭାବେ ନିଜ ଅଧିକାର ଜମାଇ ପାରିବେନାହିଁ । ଯଦି କୌଣସି ବ୍ୟକ୍ତି ଅନ୍ୟର ସଂପତ୍ତି ଉପରେ ନିଜର ଅଧିକାର ଜମାଉଛନ୍ତି ତେବେ ପୀଡିତ ବ୍ୟକ୍ତି ବଳପୂର୍ବକ ସ୍ୱୟଂ ବେଆଇନ ଭାବେ ଅଧିକାର କରୁଥିବା ବ୍ୟକ୍ତିିଙ୍କୁ ସଂପତ୍ତିରୁ ଖାଲି କରିପାରିବେ । ତେବେ ଏଥିପାଇଁ ଆପଣଙ୍କ ପାଖରେ ସଂପତ୍ତିର ପ୍ରକୃତ ମାଲିକାନା ରହିବା ଆବଶ୍ୟକ ଏବଂ ସଂପତ୍ତିର କାଗଜପତ୍ର ଆପଣଙ୍କ ପାଖରେ ରହିବା ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ , ଯଦି ଆପଣଙ୍କ ପାଖରେ ସଂପତ୍ତିର ଟାଇଟଲ୍ ରହିଛି ତେବେ ଆପଣ ୧୨ ବର୍ଷ ପରେ ବି ବଳପୂର୍ବକ ନିଜ ସଂପତ୍ତିରୁ ଅଧିକାରକୁ ଖାଲି କରାଇପାରିବେ । ଏଥିପାଇଁ କୋର୍ଟରେ ମକଦ୍ଦମା କରିବାର ଆବଶ୍ୟକତା ନାହିଁ । ଯଦି ସଂପତ୍ତିର ଟାଇଟଲ୍ ଆପଣଙ୍କ ପାଖରେ ନାହିଁ ଏବଂ ଅଧିକାରକୁ ୧୨ ବର୍ଷ ସମୟ ହୋଇସାରିଛି ତେବେ ଆପଣଙ୍କୁ କୋର୍ଟରେ କେସ୍ କରିବାକୁ ପଡିବ । ଏଭଳି ମାମଲାରେ ଆଇନ୍ କାର୍ଯ୍ୟକାରିତା ପାଇଁ ସ୍ପେସିଫିକ୍ ରିଲିଫ୍ ଆକ୍ଟ ୧୯୬୩ ଆକ୍ଟ ପ୍ରସ୍ତୁତ କରାଯାଇଛି । ସଂପତ୍ତି ବିବାଦ ପୂର୍ବରୁ ଷ୍ଟେ ନେବା ନିହାତି ଜରୁରୀ ଯଦ୍ୱାରା ବେଆଇନ୍ ଅଧିକାର କରିଥିବା ବ୍ୟକ୍ତି ଗୃହ ନିର୍ମାଣ ନ କରିବା ସହ ସଂପତ୍ତି ବିକ୍ରି କରିପାରିବ ନାହିଁ ।

ସ୍ପେସିଫିକ୍ ରିଲିଫ୍ ଆକ୍ଟର ଧାରା ୫ ଅନୁସାରେ ଯଦି କୌଣସି ସଂପତ୍ତି ଆପଣଙ୍କ ପାଖରେ ରହିଛି କିମ୍ବା ଉକ୍ତ ସଂପତ୍ତିର ଟାଇଟଲ୍ ଆପଣଙ୍କ ପାଖରେ ରହିଛି ଏବଂ କେହି ଏହାକୁ ବେଆଇନ୍ ଭାବରେ ଅକ୍ତିଆର କରିଥିଲେ , ତାକୁ ଖାଲି କରିବା ପାଇଁ ସିଭିଲ୍ ପ୍ରକ୍ରିୟା ସଂହିତା (ସିପିସି) ମୁତାବକ ମକଦ୍ଦମା କରାଯାଇପାରିବ ।