ଟଳିପାରେ ବିଚାରପତି ସଂକଟ ! ଆଜି ମଧ୍ୟାହ୍ନଭୋଜନରେ ବିଦ୍ରୋହୀ ବିଚାରପତିଙ୍କ ସହ ଏକାଠି ହୋଇପାରନ୍ତି ପ୍ରଧାନ ବିଚାରପତି

16

କନକ ବ୍ୟୁରୋ : ଟଳିପାରେ ବିଚାରପତି ସଙ୍କଟ । ଆଜି ଏକାଠି ହୋଇପାରନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି । ବିଦ୍ରୋହୀ ବିଚାରପତିମାନଙ୍କ ସହ ଏକାଠି ମଧ୍ୟାହ୍ନଭୋଜନ କରିପାରନ୍ତି ପ୍ରଧାନ ବିଚାରପତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦିପକ ମିଶ୍ର ନିଜ ଆଡୁ ପଦକ୍ଷେପ ନେଇଛନ୍ତି । କେସ୍ ବଂଟନ ନେଇ ପ୍ରେସମିଟ୍ କରି ଅସନ୍ତୋଷ ଜାହିର କରିଥିବା ବିଚାରପତି ଜଷ୍ଟିସ ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ପି ଲୋକୁର ଏବଂ କୁରିଏନ୍ ଯୋସେଫଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନ ବିଚାରପତି । ତେଣୁ ଗୁରୁତ୍ୱପୂର୍ଣ କେସ୍ ବଂଚନ ନେଇ ସୃଷ୍ଟି ହୋଇଥିବା ବିବାଦର ଶୀଘ୍ର ସମାଧାନ ହୋଇଯିବା ଆଶା କରାଯାଉଛି ।