ଜାଣନ୍ତୁ ଧାରା ୩୭୭ କ’ଣ? ସମଲିଙ୍ଗୀ ସମ୍ପର୍କ ରଖିଲେ ଭାରତରେ କି ପ୍ରକାର ମିଳିବ ଦଣ୍ଡ!

46

କନକ ବ୍ୟୁରୋ : ଭାରତରେ ସମଲିଙ୍ଗୀ ସମ୍ପର୍କ ରଖିଲେ କଣ ହେବ? ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ ଧାରା ୩୭୭ ଉପେର ମଙ୍ଗଳବାର ପୁଣି ଥରେ ସର୍ବୋଚ୍ଚ ନ୍ୟାୟଳୟ ମାମଲାର ଶୁଣାଣି କରୁଛନ୍ତି । ଏହା ପୂର୍ବରୁ ସୋମବାର ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାରଙ୍କ ପୂର୍ବ ଶୁଣାଣିକୁ ଅଣଦେଖା କରିଦେଇଛନ୍ତି । ବର୍ତ୍ତମାନ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ବୈଧ କରିବା ଲାଗି ଅନେକ ସମଲିଙ୍ଗୀ ସଂଘ ଦାବୀ କରୁଛନ୍ତି । କିନ୍ତୁ ଏହାକୁ ବର୍ତ୍ତମାନ ସୁଦ୍ଧା ଭାରତରେ ଆଇନ ସମ୍ମତ ହୋଇନାହିଁ । ଏ ସମ୍ପର୍କକୁ ଅବୈଧ ବିବେଚିତ କରାଯାଉଛି । ତେଣୁ ଧାରା ୩୭୭ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଧାରା ଏପରି ସମ୍ପର୍କକୁ ବେଆଇନ କହୁଛି । କିନ୍ତୁ (ଏଲଜିବିଟି)ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ସମଲିଙ୍ଗୀ ସମ୍ପର୍କରେ କୈାଣସି ଅସୁବିଧା ନାହିଁ ଓ ଏହା ସମ୍ଭବ ମଧ୍ୟ ହୋଇ ପାରିବ ତେଣୁ ଏହି ସମ୍ପର୍କ ରଖିଲେ ଆଇନ ଦୋଷୀ ସାବ୍ୟସ୍ତ କରିବାର ଆବଶ୍ୟକତା ନାହିଁ । ଧାରା ୩୭୭ କୁ ଇଂରେଜମାନେ ୧୮୬୨ ମସିହାରେ ଘୋଷଣା କରିଥିଲେ ବୋଲି ଜଣାପଡିଛି । ଏହାକୁ ଭାରତରେ ଲାଗୁ କରିଥିବା ବ୍ରିଟିଶ ନିଜ ଦେଶରେ ୧୯୬୭ ରେ ଏପରି ସମ୍ପର୍କକୁ ବେଆଇନ ଶ୍ରେଣୀରୁ ବାହାର କରିଦେଇଥିଲା ।

ଦୁଇ ଜଣ ପୁରୁଷ କିମ୍ବା ମହିଳା ସେମାନଙ୍କ ନିଜ ଇଚ୍ଛାରେ ଯଦି ସମ୍ପର୍କ ରଖିଲେ ତେବେ ଏହା ମଧ୍ୟ ଧାରା ୩୭୭ ଅନ୍ତର୍ଭୁକ୍ତ । ଯଦି କୈାଣସି ପୁରୁଷ କିମ୍ବା ମହିଳା ନିଜ ନିଜସ୍ୱ ଇଚ୍ଛାରେ ଅପ୍ରାକୃତିକ ଯୋ÷÷ନସମ୍ପର୍କ ରଖିଲେ ତେବେ ମଧ୍ୟ ଏହି ଧାରାର ନିୟମ ଅନୁସାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ । ଏହାସହ କୈାଣସି ପଶୁ ସହିତ ମଧ୍ୟ ସମ୍ପର୍କ ରଖିଲେ ୧୦ ବର୍ଷ କାରାଦଣ୍ଡ ସହ ଜୋରିମାନା ମଧ୍ୟ ହୋଇପାରେ । ଏହି ପରି ମାମଲା ଆସିଲେ ବା ପୋଲିସ କାହା ଉପରେ ସନ୍ଦେହ କଲେ ବିନା କୈାଣସି ବାଧାରେ ପୋଲିସ କାହାକୁ ବି ଗିରଫ କରିପାରିବ ବୋଲି ଏହି ଧାରାରେ କୁହାଯାଇଛି ।

ଧାରା ୩୭୭ ଏକ ସଙ୍ଗୀନ ଅପରାଧ । ଆପଣ ଅବଗତି ନିମନ୍ତେ ଜଣାଇ ଦେଉଛୁ ଯେ, ଧାରା ୩୭୭ କୁ ନେଇ ଅନେକ ଦିନ ହେଲାଣି ଦେଶରେ ଚର୍ଚ୍ଚା ଜୋର ଲାଗିରହିଛି । କିନ୍ତୁ ୧୫୦ ବର୍ଷ ମଧ୍ୟରେ ମାତ୍ର ୨୦୦ ଜଣଙ୍କୁ ଦୋଷୀ ଭାବରେ ଗ୍ରହଣ କରାଯାଇଛି ।

୨୦୦୧ ମସିହାରେ ନାଜ୍ ଫାଉଣ୍ଡେସନ୍ ହାଇକୋର୍ଟରେ ଯୁକ୍ତି ବାଢିଥିଲା ଯେ, ଯଦି କେହି ଏକାନ୍ତ ସ୍ଥାନରେ ଏପରି ସମ୍ପର୍କ ରଖନ୍ତି ତେବେ ଧାରା ୩୭୭ ରୁ ଏହାକୁ ବାହାର କରିଦେବାର ଆବଶ୍ୟକତା ରହିଛି ।

ଏହାପରେ ୨୦୦୯ ମସିହାରେ ହାଇକୋର୍ଟ କହିଥିଲେ ଯେ, ଯଦି କୈାଣସି ବ୍ୟକ୍ତି ନିଜ ଇଚ୍ଛାରେ ଏକାନ୍ତ ସ୍ଥାନରେ ଏପରି ସମ୍ପର୍କ ରଖନ୍ତି ତେବେ ଏହାକୁ ଧାରା ୩୭୭ରେ ଅପରାଧ ଭାବରେ ଗ୍ରହଣ କରାଯିବ ନାହିଁ । ଦେଶର ସମସ୍ତ ନାଗରିକ ମାନଙ୍କୁ କୋର୍ଟ ସମାନ ଅଧିକାର ଦେଉଛି ।

ହାଇକୋର୍ଟଙ୍କ ରାୟ ଆସିବା ପରେ ଏଲଜିବିଟି ସଂସ୍ଥା ଖୁସି ହୋଇଥିଲା । କିନ୍ତୁ ଏହା ବେଶିଦିନ ରହିଲା ନାହିଁ । ୨୦୧୩ ସମିହା ଡିସେମ୍ବର ୧୧ ରେ ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବା ସହ ଯେ ପର୍ଯ୍ୟନ୍ତ ଧାରା ୩୭୭ ରହିଛି ଏହାକୁ ଆଇନ ସମ୍ମତ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଥିଲେ ।

ଏଲଜିବିଟିର କହିବା କଥା ଏହି ୩୭୭ ଧାରାକୁ ଡରି ଅନେକ ଲୋକ ସମାନାକୁ ଆସୁନାହାନ୍ତି । କିନ୍ତୁ ଦେଶରେ ବହୁ ସ୍ଥାନରେ ଏପରି ସମ୍ପର୍କ ଅନେକ ରଖୁଛନ୍ତି ।
ଏହି ଧାରାକୁ କେତେକ ସଂସ୍ଥା ସ୍ୱାଗତ କରୁଥିବା ବେଳେ କେତେକ ଏହାକୁ ଉଠାଇବା ଲାଗି ଦାବୀ କରୁଛନ୍ତି । ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ସରିଲେ ପ୍ରକୃତରେ ଏହା ଆଇନ ସମ୍ମତ ହେବ କି ନାହିଁ ତାହା ଜଣାପଡିବ ।