ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ! ମାର୍ଚ୍ଚ ୩୧ ସୁଦ୍ଧା ହେବ ଚୟନ, ଏପ୍ରିଲ ୮ରୁ କାର୍ଯ୍ୟ କରିବେ ଲୋକାୟୁକ୍ତ ।

98

କନକ ବ୍ୟୁରୋ : ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଓଡିଶା ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଲୋକାୟୁକ୍ତ ନିଯୁକ୍ତି ନେଇ ଶୁଣାଣି ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ହେବ । ଏବଂ ଏପ୍ରିଲ ୮ରୁ ଲୋକାୟୁକ୍ତ କାର୍ଯ୍ୟ କରିବେ । ଏନେଇ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଛି । ତେବେ ଓଡିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ।

ତେବେ ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗତବର୍ଷ ଅକ୍ଟୋବର ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲା ଶୁଣାଣି କରିବା ପରେ ରାଜ୍ୟ ସରକାରଙ୍କ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କେବେ ଲୋକାୟୁକ୍ତ ନିଯୁକ୍ତି ହେବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ସମୟସୀମା ଧାର‌୍ୟ୍ୟ କରିବାପାଇଁ କହିଥିଲେ। ଆହୁରି ମଧ୍ୟ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ମୁଖ୍ୟଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୁଅନ୍ତୁ ଏବଂ ଏହି ପ୍ରକ୍ରିୟା କେବେ ସାରିବେ ସେହି କଥା କୁହନ୍ତୁ ରୋକଠୋକ୍ ଶୁଣାଇଥିଲେ। ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ୩ ମାସ ସମୟ ସୀମା ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରି ଦେଇଥିଲେ।