କଟକ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ! ସରକାରଙ୍କ ଦାଖଲ କରିଛନ୍ତି ଲିଖିତ ଜବାବ

21

କନକ ବ୍ୟୁରୋ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ଏ ନେଇ ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ କରାଯାଇଥିବା ଆବେଦନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଅରୁଣ ମିଶ୍ର ଓ ଅନୀତା ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଚୂଡାନ୍ତ ଶୁଣାଣୀ କରିବେ । ଏ ବାବଦରେ ସରକାରଙ୍କ ପକ୍ଷରୁ ଲିଖିତ ଜବାବ ଦାଖଲ ହୋଇସାରିଛି । ଆବେଦନକାରୀମାନେ ମଧ୍ୟ ପ୍ରତିଜବାବ ରଖିସାରିଛନ୍ତି ।

ସରକାରୀ ଜାଗା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ସ୍ଥାନଗୁଡିକରୁ ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଏହାର ଆଧାରରେ ୨୦୧୩ ମସିହରେ କଟକରେ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇ ଗୁଣ୍ଡିଚା ମନ୍ଦିର ସମେତ ୩୬ରୁ ଅଧିକ ବେଆଇନ ନିର୍ମାଣକୁ ଭଙ୍ଗାଯାଇଥିଲା । ଉଚ୍ଛେଦକୁ ଚ୍ୟାଲେଞ୍ଜ କରି କିଛି ଧର୍ମାନୁଷ୍ଠାନ ସୁପ୍ରିମକୋର୍ଟ ଯାଇଥିଲେ । ୨୦୧୩ରେ ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ଉଚ୍ଛେଦ ଉପରେ ରହିତାଦେଶ ଜାରି କରିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ ।