ଆଜି ଅବସର ନେବେ ସୁପ୍ରିମକୋର୍ଟଙ୍କ ବିଚାରପତି ଜେ. ଚେଲେମେଶ୍ୱର ! ୬୫ ବର୍ଷ ବୟସ ଯୋଗୁଁ କାର୍ଯ୍ୟରୁ ନେବେ ଅବ୍ୟାହତି

34

କନକ ବ୍ୟୁରୋ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ. ଚେଲେମେଶ୍ୱରଙ୍କର ଆଜି ଶେଷ ହେଉଛି କାର୍ଯ୍ୟକାଳ । ଦୀର୍ଘ ୭ବର୍ଷ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ଆଜି ସେ ଅବସର ଗ୍ରହଣ କରିବେ । ଚେଲେମେଶ୍ୱରଙ୍କୁ ୬୫ବର୍ଷ ପୂରଣ ହେବାରୁ ସେ ଅବସର ନେଉଛନ୍ତି । ଗତ ଜାନୁୟାରୀ ୧୨ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ପ୍ରେସମିଟ୍ କରି ଚର୍ଚ୍ଚାକୁ ଆସିଥିଲେ ଚେଲେମେଶ୍ୱର ।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ବ୍ୟକ୍ତିଗତ ଅଧିକାରକୁ ମୌଳିକ ଅଧିକାର ଘୋଷଣା କରିଥିବା ଖଣ୍ଡପୀଠର ବିଚାରପତିଥିଲେ ଜେ ଚେଲେମଶ୍ୱର । ୧୯୫୩ ମସିହା ୨୨ ଜୁନରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ଜନ୍ମିତ ଚେଲେମେଶ୍ୱର ୨୦୭ ମସିହାରେ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ । ଏହାପରେ କେରଳ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଥିଲା । ଜଷ୍ଟିସ ଜେ ଚେଲେମେଶ୍ୱର ୧୦ ଅକ୍ଟୋବର ୨୦୧୧ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।