ଶ୍ରୀମନ୍ଦିରର ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ଅନ୍ୟ ମନ୍ଦିରର ପରିଚାଳନାରୁ ଶିକ୍ଷା ଲାଭ କରିବାକୁ କହିଲେ କୋର୍ଟ

48

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଉଚ୍ଚତମ ନ୍ୟାୟଳୟ । ଦେଶ ବିଦେଶରୁ ମନ୍ଦିରକୁ ଆସିଥିବା ଭକ୍ତ କିପରି ହଇରାଣ ନହୁଅନ୍ତି ସେ ନେଇ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ମନ୍ଦିର ପରିଚାଳନାରୁ ଶିକ୍ଷା ଲାଭ କରିବାକୁ କହିଲେ ସୁପ୍ରିମକୋର୍ଟ ।

ବୈଷ୍ଣୋ ଦେବୀ ଓ ତିରୁପତିର ଉଦାହରଣ ଦେଇଛନ୍ତି କୋର୍ଟ । ଜୁନ ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପୁରୀ ଜଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିସିଟିଭିର କାର୍ଯ୍ୟକାରିତା ନେଇ ରିପୋର୍ଟ ଦାଖଲ କରିବାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କତୃପକ୍ଷ ଏଥିରେ ସହଯୋଗ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ । ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । । ଜୁଲାଇ ୫ରେ ପରବର୍ତୀ ଶୁଣାଣି ।

puri

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା, ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ହଇରାଣ ହରକତ ହେବା ଓ ସର୍ବୋପରି ଶ୍ରୀମନ୍ଦିରର ବିଭିନ୍ନ ଉତ୍ସରୁ ହେଉଥିବା ଆୟ ଓ ବ୍ୟୟ ନେଇ ଠିକ୍ ବିବରଣୀ ଲୋକଙ୍କୁ ମିଳୁ ନ ଥିବା ନେଇ ମୃଣାଳିନୀ ବାରିକ ନାମକ ଜଣେ ମହିଳା ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ବେଞ୍ଚ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ଏ ନେଇ ହାଇକୋର୍ଟଙ୍କ ରାୟ ଆସିବା ପଯ୍ୟନ୍ତ ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗକୁ ଟାଳି ଦେଇଛନ୍ତି। ସେହିପରି ପରିଚାଳନାଗତ ତ୍ରୁଟି ସମ୍ପର୍କରେ ସୁପ୍ରିମ କୋର୍ଟ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ସୁପ୍ରିମେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିରର ଆୟ, ହୁଣ୍ଡିରୁ ହେଉଥିବା ଆୟ ସହିତ ଅନ୍ୟ ଉତ୍ସରୁ ହେଉଥିବା ଆୟ ସମ୍ପର୍କରେ ମଧ୍ୟ ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।