ଜାତୀୟ ଓ ରାଜ୍ୟ ରାଜପଥ କଡରୁ ହଟିବ ମଦର ପସରା ! ୫୦୦ ମିଟର ପଛକୁ ନେବା ନେଇ ଆଜିଠୁ ଲାଗୁ ହେବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

30

କନକ ବ୍ୟୁରୋ : ଆଜିଠୁ ରାଜପଥ କଡରେ ମଦବିକ୍ରି ବନ୍ଦ । ଦେଶର କୌଣସି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କଡରେ ମଦ ବିକ୍ରି ହୋଇପାରିବ ନାହିଁ । ଏ ସଂପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଜିଠାରୁ ଲାଗୁ ହୋଇଛି । ଗତ ଡିସେମ୍ବର ୧୫ରେ ଏ ସଂପର୍କରେ ରାୟ ଦେଇଥିଲେ ସୁପ୍ରିମକୋର୍ଟ ।

ରାଜପଥ କଡରୁ ଅତି କମରେ ୫ ଶହ ମିଟର ଦୂରତାରେ ମଦ ଦୋକାନ ରହିପାରିବ । ଏଥିରୁ ବାର୍ କିମ୍ବା ହୋଟେଲ ମଧ୍ୟ ବାଦ୍ ପଡିବ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ।