ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ ! ଏଣିକି ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ବାଧ୍ୟତାମୁଳକ ନୁହେଁ ।

43

ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଜଷ୍ଟିସ ଏ.କେ ସିକରୀ ପ୍ରଥମେ ନିଜର ପ୍ରତିକ୍ରିୟା ରଖିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଏବାବଦରେ ସମ୍ପୂର୍ଣ୍ଣ ରାୟ ଶୁଣାଇବା ପାଇଁ କହିଥିଲେ । ତେବେ ଶ୍ରୀ ମିଶ୍ର କହିଥିଲେ ଯେ, ଆଧାର କାର୍ଡ ସାଧାରଣ ଲୋକମାନଙ୍କ ପରିଚୟ ।

ତେଣୁ ଏହା ଉପରେ ଲଗାଯାଇଥିବା ସମସ୍ତ ଆରୋପ ସମ୍ବିଧାନ ବିରୋଧୀ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ସହ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ଦିନ ହେଲାଣି ଆଧାରକୁ ନେଇ ଆରୋପ ଓ ଅଭିଯୋଗ ବଢିବାରେ ଲାଗିଛି । ଗତବର୍ଷଠାରୁ ଏହା ଅସୁରକ୍ଷିତ ବୋଲି ଅନେକ ଲୋକ ଦାବି କରୁଛନ୍ତି । ତେଣୁ ଏହି ମାମଲାରେ ଆଜି ଏହି ଖଣ୍ଡପୀଠ ଶୁଣାଣି କରିଛନ୍ତି । ଏହା ଗରୀବମାନଙ୍କ ପରିଶ୍ରମରେ ଚାଲିଛି । ତେବେ ଆଜି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେଉଁଥିରେ ଆଧାର କାର୍ଡ ବାଧ୍ୟତାମୂଳକ ଓ କେଉଁଠାରେ ଆଧାର ବାଧ୍ୟତା ମୂଳକ ନୁହେଁ ।

ତେବେ ଜାଣିରଖନ୍ତୁ କେଉଁଠାରେ ଆଧାର ବାଧ୍ୟତା ନୁହେଁ

୧. ପିଲାମାନଙ୍କର ସ୍କୁଲରେ ନାମ ଲେଖା ହେବା ବେଳେ ଆଧାର ବାଧ୍ୟତା ମୂଳକ ନୁହେଁ ।

୨. ସିବିଏସଇ, ନିଟ, ୟୁଜିସି ଯଦି ଆଧାରକୁ ବାଧ୍ୟତା ମୂଳକ କରୁଛନ୍ତି ତେବେ ଏହା ଆଦୈା ଠିକ ନୁହେଁ ।

୩. ମୋବାଇଲ ନମ୍ବର କିଣିବା ବେଳେ ମଧ୍ୟ ଆଧାର ନମ୍ବର ବା ଆଧାର କାର୍ଡ ବାଧ୍ୟତା ମୂଳକ ନୁହେଁ ।

୪. ବ୍ୟାଙ୍କରେ କୈାଣସି ବ୍ୟକ୍ତି ନୂତନ ଭାବରେ ଆକାଉଣ୍ଟ ଖୋଲିବା ବେଳେ ସମ୍ପୃକ୍ତ ବ୍ୟାଙ୍କ ଆଧାରକୁ ବାଧ୍ୟତା ମୂଳକ କରାଯାଇ ପାରିବ ନାହିଁ ।

ଏହାସହ କେଉଁଠାରେ ଆଧାର ଜରୁରୀ

୧. ଆୟକର ରିଟର୍ଣ୍ଣ ଦାଖଲ କରିବା ବେଳେ ଆଧାର ବାଧ୍ୟତା ମୂଳକ ।

୨. ପାନକାର୍ଡ ସହ ଆଧାର ଯୋଡିବା ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି ।

୩. କୈାଣସି ବେସରକାରୀ କମ୍ପାନୀ ମଧ୍ୟ ନିଜର କର୍ମଚାରୀମାନଙ୍କୁ ଆଧାର ବାଧ୍ୟତା କରି ପାରିବେ ନାହିଁ ।

ଏହାସହ କୋର୍ଟ କହିଛନ୍ତି ଯେ, ଆଧାରକୁ ନେଇ ସରକାର ପ୍ରସ୍ତୁତ ନାହାନ୍ତି । ପରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ, ଆଧାର କାର୍ଡକୁ ଅନ୍ୟ କୌଣସି ମନି ବିଲ ଭଳି ପାସ କରାଯାଇ ପାରିବ ନାହିଁ । ଆଧାର କାର୍ଡ ଏପରି ସମସ୍ୟା ସୃଷ୍ଟି କରିୁନାହିଁ ଯାହା ଲାଗି ସାଧାରଣ ଲୋକମାନେ ଅସୁବିଧାରେ ପଡିବେ । ଯେପରି କୌଣସି ବିଦେଶୀମାନଙ୍କୁ ଆଧାର କାର୍ଡ ନମିଳେ ସେଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପୂର୍ବରୁ ଆଧାରକୁ ନେଇ ସାରା ଦେଶରେ ଅନେକ ପ୍ରକାରର ଅଭିଯୋଗ ଆସିଛି । ତେଣୁ ଆଜିର ରାୟ ଉପରେ ସାରା ଦେଶର ଲୋକ ଅପେକ୍ଷା କରି ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଧାର ଆସିବା ପରେ ତାହାର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ତେବେ ଆଜିର ରାୟ ପରେ ଏହି ବିଷୟରେ ପୁନଚ୍ଛେଦ ପଡିବ ବୋଲି ସୂଚନା ମିଳିଛି ।