ରାଜ୍ୟସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

20

ଅଣଅଧିକୃତ ସ୍ଥାନରେ ଭଗବାନଙ୍କ ପୂଜାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ରାସ୍ତାକଡ, ପାଦଚଲାରାସ୍ତା ପରି ସ୍ଥାନରେ ଭଗବାନଙ୍କ ପୂଜା କରାଯାଉଛି ,ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କୋର୍ଟ । ଏହା ଭଗବାନଙ୍କୁ ଅପମାନ । ତାଙ୍କୁ ପୂଜା କରିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ରହିଛି । ଏଭଳି ନିର୍ମାଣ ଗୁଡିକୁ ହଟାଇବାକୁ କୋର୍ଟ କହିଛନ୍ତି । ଭଗବାନ ବି କେବେ ଚାହିଁବେ ନାହିଁ ଯେ ରାସ୍ତା ଅବରୋଧ କରି କୌଣିସ ବେଆଇନ ନିର୍ମାଣ ହେଉ,ଏଭଳି ମନ୍ତବ୍ୟ ରଖିଛନ୍ତି ଜଷ୍ଟିସ ଭି ଗୋପାଳଗୌଡା ଓ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ । ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେଉନଥିବାରୁ କଡା ସମାଲୋଚନା କରିଛନ୍ତି ଏହି ଦୁଇ ଜଣିଆ ଖଣ୍ଡପୀଠ । ୨୦୦୬ରୁ ବାରମ୍ବାର ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ସରକାର ମୁଖ୍ୟ ଶାସନ ସଚିବମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଉନଥିବା କୋର୍ଟ କହିଛନ୍ତି । ଏପରି ହେଲେ ଆଗକୁ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି  ଚେତାବନୀ  ଦେଇଛନ୍ତି ।