ଜେଲରେ କଏଦୀ ଲେଖିଥିବା କବିତାରେ ଅନୁପ୍ରାଣିତ ହେଲେ ସୁପ୍ରିମକୋର୍ଟ : ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ

215

ସୁପ୍ରିମକୋର୍ଟ ଜେଲରେ ଦଣ୍ଡ ଭୋଗୁଥିବା କଏଦୀଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ । କଏଦୀକୁ ଜଣେ ଶିଶୁର ହତ୍ୟା କରିବା ଅପରାଧରେ ଜେଲ ଦଣ୍ଡ ହୋଇଥିଲା । ଜେଲରେ ଲେଖିଥିବା ତା’ କବିତାରୁ ଜଣାପଡୁଥିଲା କି, ସେ ନିଜ ଭୁଲ ସ୍ୱୀକାର କରିନେଇଛି ଏବଂ ସେ ତାକୁ ସୁଧାରିବାକୁ ଚାହୁଁଛି ।

ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତା ଥିବା ବ୍ୟାଂଚ କହିଛି କି, ଦାନେଶ୍ୱର ସୁରେଶ ବୋର୍କାର ଯେତେବେଳେ ଶିଶୁର ହତ୍ୟା କରିଥିଲା, ସେହି ସମୟରେ ସେ ୨୨ ବର୍ଷର ଥିଲା । ସେ ଲେଖିଥିବା କବିତାରୁ ଜଣାପଡୁଛି କି, ସେ ସମାଜ ସହିତ ଯୋଡି ହେବାକୁ ଚାହେଁ ଏବଂ ଏକ ସଭ୍ୟ ବ୍ୟକ୍ତି ଭାବେ ଜୀବନ ବିତାଇବାକୁ ଚାହେଁ । ସୁପ୍ରିମକୋର୍ଟର ବ୍ୟାଂଚ ନିଜ ଆଦେଶରେ କହିଛନ୍ତି କି, ବୋର୍କାରର କବିତା ସହିତ ଆହୁରି ମଧ୍ୟ ପ୍ରମାଣ ଅଛି, ଯେଉଁଥିରେ ଜଣାପଡୁଛି କି, ସେ ନିଜ ଭୁଲ ସ୍ୱୀକାର କରିନେଇଛି । ବୋର୍କାରକୁ ପୁଣେ ଟ୍ରାଏଲ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲା, ଯାହାକୁ ବମ୍ବେ ହାଇକୋର୍ଟ ବଜାୟ ରଖିଥିଲା । ପରେ ମେ ୨୦୦୬ରେ ସେ ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କଲା । ସୁପ୍ରିମକୋର୍ଟ ତଥ୍ୟ ଆଧାରରେ ଏହାକୁ ଖାରଜ କରିଦେଲେ । ବୋର୍କାରର ଓକିଲ କହିଛନ୍ତି କି, ସେ ଜେଲରେ ନିଜ ଶିକ୍ଷା ପୁରା କରିସାରିଛି ଏବଂ ସେ ସଭ୍ୟ ବ୍ୟକ୍ତି ଭଳି ସମାଜରେ ଜୀବନ ବିତାଇବାକୁ ଚାହେଁ ।