ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ଆଶ୍ୱସ୍ତି ! ସଭ୍ୟପଦ କାଏମ ରଖିଲେ ସୁପ୍ରିମକୋର୍ଟ, ଜାନୁୟାରୀରେ ସଭ୍ୟପଦ ରଦ୍ଦ କରିଥିଲେ ହାଇକୋର୍ଟ

44

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଯୋଗେଶ ସିଂ ଆଶ୍ୱସ୍ତ । ଯୋଗେଶଙ୍କ ସିଂଙ୍କ ବିଧାୟକ ପଦ କାଏମ ରହିବ ବୋଲି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ମାସରେ ପଦ ଋଦ୍ଦ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ସୁନ୍ଦରଗଡ ସଂରକ୍ଷିତ ଆସନରୁ ଯୋଗେଶ ସିଂ ବିଧାୟକ ଅଛନ୍ତି । ମିଥ୍ୟା ସତ୍ୟାପାଠ ଦର୍ଶାଇ ଜାନୁଆରୀ ୩୦ ତାରିଖରେ ହାଇକୋର୍ଟ ଯୋଗେଶ ସିଂଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଥିଲେ । ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯାଇଥିଲେ ।

ଫେବୃଆରୀ ୧୩ ତାରିଖରେ ସୁପ୍ରିମକୋର୍ଟ ହାଇକୋର୍ଟ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ୨୦୧୪ରେ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେଡିର କୁଷୁମ ଟେଟେଙ୍କୁ ୧୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂ । ହେଲେ ନିର୍ବାଚନର ପ୍ରାୟ ୩ ବର୍ଷ ପରେ ମିଥ୍ୟା ସତ୍ୟପାଠ ମାମଲାରେ ତାଙ୍କ ସଭ୍ୟପଦକୁ ରଦ୍ଦ କରିଦେଇଥିଲେ ହାଇକୋର୍ଟ ।