ଗ୍ରାହକଙ୍କୁ ଝଟକା ! ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ପାଣିର ମନଇଛା ଦାମ ଆଦାୟ କରିପାରିବେ ହୋଟେଲ ଓ ରେଷ୍ଟୁରାଂଟ

37

ହୋଟେଲ ଓ ରେଷ୍ଟୁରାଟରେ ବୋତଲବନ୍ଦ ପାଣି କିମ୍ବା ପ୍ୟାକ୍ ହୋଇଥିବା ପାଣି ପାଇଁ ଅଧିକ ଟଙ୍କା ମାଗିଲେ ଆପଣ ଆଉ ଅଭିଯୋଗ କରିପାରିବେ ନାହିଁ । ଅଭିଯୋଗ କରିବା ପରିବର୍ତ୍ତେ ସେମାନ କହୁଥିବା ଦାମ ଦେବାକୁ ବାଧ୍ୟ ହେବେ ଆପଣ । ସୁପ୍ରମକୋର୍ଟର ନିଷ୍ପତ୍ତି ଅନୁସାରେ ପ୍ୟାକିଂ ହୋଇଥିବା ଖାଦ୍ୟ ପାଇଁ ଏମଆରପିରୁ ଅଧିକ ଦାମ ଆଦାୟ କରିପାରିବେ ହୋଟେଲ ଓ ରେଷ୍ଟୁରାଂଟ । ମନଇଚ୍ଛା ଦାମ ଆଦାୟ କରିବାର ମଞ୍ଜୁରି ମିଳିବା ପରେ ହୋଟେଲ ମାଲିକମାନେ ଖୁସି ହୋଇଯାଇଛନ୍ତି । କିନ୍ତୁ ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଝଟକା । ସୁପ୍ରିମକୋର୍ଟ ଏମଆରପିରୁ ଅଧିକ ଦାମ ନେଲେ ଦଣ୍ଡନୀୟ ଅପରାଧ ବୋଲି ସରକାର ସୁପ୍ରିମକୋର୍ଟ ଦଲିଲ ଉପସ୍ଥାପନ କରିଥିଲେ, ଯାହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।


ସରକାରଙ୍କ ଦଲିଲ ଅନୁସାରେ ପ୍ୟାକ ହୋଇଥିବା ଆଇଟମ୍ ଉପରେ ଏମଆରପିରୁ ଅଧିକ ଦାମ ଆଦାୟ କରିବା ପାଇଁ ନିୟମକୁ ଲଲଂଘନ ଅଟେ । ଏପରି କରିବା ଦ୍ୱାରା ଜେଲ ହେବାସହ ୨୫ ହଜାର ଟଙ୍କାର ଜୋରିମାନା ହେବାର ଦଲିଲ ଥିଲା । ଅଦାଲତ ଅନୁସାରେ ଗ୍ରାହକ ହୋଟେଲକୁ ମିନେରାଲ ୱାଟର କିଣିବା ପାଇଁ ଯାଆନ୍ତି ନାହିଁ । ହୋଟେଲ ପ୍ୟାକଡ଼ ଖାଦ୍ୟ ସାମଗ୍ରୀ ସହ ନିଜର ସର୍ଭିସ ଚାର୍ଜ ଯୋଡ଼ନ୍ତି । ତେବେ ଉପଭୋକ୍ତା ମାମଲାର ମନ୍ତ୍ରାଳୟ ନିଜ ଦଲିଲରେ କହିଥିଲେ, ଏମଆରପିରୁ ଅଧିକ ଦାମ ନେଇ ହେଟୋଲ ଓ ରେଷ୍ଟୁରାଂଟ ଏକ ପ୍ରକାର ଟାକ୍ସ ଚୋରି କରୁଛନ୍ତି । ତେବେ ସରକାରଙ୍କ ଏହି ଦଲିଲକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ପ୍ୟାକିଂ ହୋଇଥିବା ପାଣିକୁ ଏମଆରିପିରୁ ଅଧିକ ଆଦାୟ କରିବା ମାମାଲା ୨୦୦୩ରୁ ଚାଲିଛି । ହୋଟେଲ ଗୁଡ଼ିକ ଅନୁସାରେ ଏମଆରିପିରୁ ଅଧିକ ଟଙ୍କା ଆଦାୟ କରିବା ତାଙ୍କର ଅଧିକାର ଅଟେ । କିନ୍ତୁ ୨୦୦୭ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଦଲିଲକୁ ଖାରଜ କରିଦେଇଥିଲେ । ଏହି ନିଷ୍ପତ୍ତିକ ଉପରେ ନେଇ ଅନେକ ଅଭିଯୋଗ ଆସିଥିଲା । ଯାହା ଉପରେ ଶୁଣାଶି ହୋଇଥିଲା । ଏବଂ ମନ୍ତ୍ରାଳୟ ଆଦେଶ ଦେଇଥିଲେ କି ମଲ, ହୋଟେଲ, ଏୟାରପୋର୍ଟ, ରେଲୱେ ଷ୍ଟେସନ୍ କିମ୍ବା ହୋଟେଲ କେହି ବି ଏମଆରପିରୁ ଅଧିକ ଦାମ ନେଇପାରିବେ ନାହିଁ । ତେବେ ଏବେ ଏହି ନିୟମରେ ପରିବର୍ତ୍ତନ ଆସିଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଗ୍ରାହକ ଏବେ କରିବେ କ’ଣ ? ବାଧ୍ୟ ହୋଇ ହୋଟେଲ ଓ ରେଷ୍ଟୁରାଂଟ ମାଗୁଥିବା ଦାମକୁ ଦେବାପାଇଁ ବାଧ୍ୟ ହେବେ ।