ଜାଲ୍ ସାର୍ଟିଫିକେଟ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ କରୁଥିଲେ ଯିବ ଚାକିରୀ

39

କନକ ବ୍ୟୁରୋ : ଜାଲ୍ ସାର୍ଟିଫିକେଟ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ କରୁଥିଲେ ଚାକିରୀ ଯିବ । ଏପରିକି ପାଠ ପଢୁଥିଲେ ଡିଗ୍ରୀ ବି ହରାଇବାକୁ ପଡିବ । ଏନେଇ ଆଜି ରାୟପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

ଶିକ୍ଷା କିମ୍ବା ଚାକିରୀ କ୍ଷେତ୍ରରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦିଆଯାଇଥିବା ସାବ୍ୟସ୍ତ ହେଲେ ଡିଗ୍ରୀ ଓ ଚାକିରୀ ହରାଇବା ସହ ଦଣ୍ଡ ମଧ୍ୟ ଦିଆଯିବବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ କରିଛନ୍ତି । ଏପରିକି ଜଣେ ବ୍ୟକ୍ତି ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ୨୦ବର୍ଷ ଚାକିରୀ କରିଥିଲେ ମଧ୍ୟ ଏହା ଧରାପଡିଲେ ତାଙ୍କୁ ଚାକିରୀ ହରାଇବାକୁ ପଡିବ । ଏହାସହ ଏଥିପାଇଁ ଦଣ୍ଡବିଧାନ ମଧ୍ୟ ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି  ।