ମଣିପୁର ଏନକାଉଣ୍ଟର ମାମଲାରେ ସିବିଆଇକୁ ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ : ଏହାସହ ଦେଷୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି କଲେ ପ୍ରଶ୍ନ

28

କନକ ବ୍ୟୁରୋ : ଅନେକ ସମୟରେ ଦେଖାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟରେ ଯେଉଁ ମାମଲା ରୁଜୁ କରାଯାଏ ତାହାର ପ୍ରମାଣ ସଠିକ ଭାବରେ ଏବଂ ସଠିକ ସମୟରେ କୋର୍ଟରେ ଦାଖଲ ନକଲେ ଖଣ୍ଡପୀଠ ବିରକ୍ତ ପ୍ରକାଶ କରନ୍ତି । ତେଣୁ କୋର୍ଟରେ ମାମଲା ହେଲେ ତାହା ଲାଗି ମାମଲା ଦାୟର କରିଥିବା ବ୍ୟକ୍ତି ପାଖରେ ଉପଯୁକ୍ତ ପ୍ରଣାଣପତ୍ର ରଖିବା ବା କୋର୍ଟରେ ଦ।ଖଲ କରିବା ଦରକାର । କାରଣ କୋର୍ଟରେ ଅନେକ ପକ୍ରାରର ମାମଲାର ଶୁଣାଣି କରାଯାଏ । ତେଣୁ ସଠିକ ଭାବରେ ପ୍ରମାଣ ଦାଖଲ ନକଲେ କୋର୍ଟର ବହୁମୁଲ୍ୟ ସମୟ ନଷ୍ଟ ହୋଇଥାଏ । ତେବେ ସେହିପରି ମଣିପୁର ନକଲି ଏନକାଉଣ୍ଟର ମାମଲାରେ ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ମାମଲାରେ ଯାଞ୍ଚ କାର୍ଯ୍ୟରେ ମନ୍ଥରତା ହେତୁ ଆଜି ସୁପ୍ରିମକୋର୍ଟ ପୁଣିଥରେ ବର୍ମାଙ୍କୁ ଭର୍ତ୍ସନା କରିଛନ୍ତି।

କୌଣସି ଜଣେ ହେଲେ ଅଭିଯୁକ୍ତଙ୍କୁ କାହିଁକି ଏଯାବତ୍ ଗିରଫ କରାଯାଇନି ବୋଲି ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ମାମଲାରେ ଗିରଫ ନିର୍ଦ୍ଦେଶ ସହ ଆବଶ୍ୟକ ପଡ଼ିଲେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଯଦି ଏହା ବେଶୀଦିନ ଚାଲିବ ତେବେ ସମାଜରେ କିଭଳି ସ୍ଥିତି ଉପୁଜିବ ବୋଲି ଆଜି ଜଷ୍ଟିସ୍ ଏମ୍ ବି ଲୋକୁର ଏବଂ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟରେ ହାଜର ହୋଇଥିବା ବର୍ମା ଆଜି କହିଛନ୍ତି ଯେ ନକଲି ହତ୍ୟା ମାମଲାରେ ୧୪ ଅଭିଯୁକ୍ତଙ୍କୁ ଚାର୍ଜସିଟ୍ କରାଯାଇଛି। ଅଗଷ୍ଟ ୨୦ ତାରିଖରେ ସିବିଆଇ ମୁଖ୍ୟ ପୁଣିଥରେ କୋର୍ଟରେ ହାଜର ହେବେ। ସୁପ୍ରିମକୋର୍ଟ ମଣିପୁରରେ ୧୫୨୮ ମାମଲାର ଯାଞ୍ଚ ପାଇଁ ହୋଇଥିବା ଆବେଦନର ଶୁଣାଣି କରୁଛନ୍ତି। ମଣିପୁରରେ ୨୦୦୦ରୁ ୨୦୧୨ ମଧ୍ୟରେ ସୁରକ୍ଷାବାହିନୀ ଏବଂ ପୁଲିସ ମିଥ୍ୟା ଏନକାଉଣ୍ଟର ୧୫ ଶହରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ କୋର୍ଟରେ ଲକ୍ଷ ଲକ୍ଷ ମାମଲା ବିଚାର ହେବା ପାଇଁ ରହିଛି । ତେଣୁ କୋର୍ଟରେ ମାମଲା ଋୁଜୁ ହେବାପରେ ତାହାର ସଠିକ ବିଚାର କରିବା ଲାଗି ସମସ୍ତ ଆବଶ୍ୟକୀୟ ପ୍ରମାଣ ପତ୍ର ସହ କେଉଁ କେଉଁ ପଦକ୍ଷେପ ନିଆଯାଇଛି । ତାହା ଉପରେ ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି ।