ସୁପ୍ରିମକୋର୍ଟ ଗ୍ରହଣ କଲେ ସାରଥିଙ୍କ ବେଲ୍ ଆବେଦନ ! ଆରମ୍ଭ ହେଲା ଣୁଣାଣୀ

71

କନକ ବ୍ୟୁରୋ : ବାବାର ବେଶ ଧରି ହଜାର ହଜାର ଲୋକଙ୍କୁ ଠକିଥିବା ସାରଥି ବାବାଙ୍କ ମାମଲାରେ ନୂଆ ମୋଡ ଆସିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବେ ଶୁଣିବେ ସାରଥିଙ୍କ କଥା । ସାରଥି ଆବେଦନ କରିଛନ୍ତି ତାଙ୍କୁ ବେଲ୍ ଦିଆଯାଉ । ଉଚ୍ଚତମ ନ୍ୟାୟାଳୟରେ ସାରଥିଙ୍କ ଓକିଲ ଯୁକ୍ତି ବାଢିଛନ୍ତି ଯେ, ସାରଥି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଷଡଯନ୍ତ୍ର ରଚା ଯାଇଛି ।

ଭଗବାନର ବେଶ ଧରି ଲୋକଙ୍କୁ ପ୍ରବଚନ ଦେଉଥିବା ଏହି ବାବା ଇତି ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହି ସାରିଲେଣି । ଏବେ ସୁପ୍ରିମକୋର୍ଟ ତାଙ୍କର ଶେଷ ଭରସା ।

ଗୁରୁବାର ଠାରୁ ଶୁଣାଣୀ ଆରମ୍ଭ କରିଛନ୍ତି । ବିବାଦୟ ଯୁବତୀ ମାମଲାରେ ସାରଥିଙ୍କ ସ୍ପେଶାଲ ଲିଭ୍ ପିଟିସନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ନିଜ ପକ୍ଷ ରଖିବା ପାଇଁ କୋର୍ଟ ସରକାରଙ୍କୁ ନୋଟିସ ଦେଇଛନ୍ତି । ଜଣେ ଯୁବତୀଙ୍କ ସହ ହାଇଦ୍ରାବାଦର ଏକ ହୋଟେଲରେ ସାରଥିଙ୍କ ରହଣୀକୁ ନେଇ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହାଇଚଇ ଖେଳିଯାଇଥିଲା । ବଢିଥିଲା ଜନଅସନ୍ତୋଷ । ଯୁବତୀଙ୍କ ବୟାନ ଭିତିରେ ସାରଥୀଙ୍କ ବିରୋଧରେ ସଂଗୀନ ଦଫା ଲଗାଯାଇଥିଲା ।

ସାରଥିଙ୍କ ଗୁମର ଖୋଲିବା ପରେ ୨୦୧୫, ଅଗଷ୍ଟ ୮ ତାରିଖରେ କେନ୍ଦ୍ରାପଡା ବାରିମୂଳ ଆଶ୍ରମରୁ ତାଙ୍କୁ ଗିରଫ କରିଥିଲା ପୁଲିସ । ଡିସେମ୍ବର ୧୭ରେ ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ଆଉ ଏବେ ଜାମିନ ପାଇଁ ଚାଲିଛି ସାରଥିଙ୍କ ଲଢେଇ ।