ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ତାଗିଦରେ ସୁପରଭାଇଜର ବେହୋସ ! ଡାକ୍ତରଖାନାରେ ଭର୍ତ୍ତି ପରେ ଦେଢଘଂଟା ଧରି ଜଗିରହିଲେ କଲେକ୍ଟର

17

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ସମୀକ୍ଷା ବୈଠକ ଚାଲିଥିବାବେଳେ ଜିଲ୍ଲାପାଳ ତାଗିଦ କରିବାରୁ ତହସିଲର ସୁପରଭାଇଜର ବୋହେସ ହୋଇପଡିଛନ୍ତି । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ କଥା ହେଲା- ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ଜିଲ୍ଲାପାଳ ରଘୁଜୀ ପାଖାପଖି ଦେଢଘଂଟା ରହିଥିଲେ ।

ମିଳିଥିବା ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଅଚନାକ ରାଜନଗର ତହସିଲରେ ପଂହଚିଥିଲେ । ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ରାଶି ପ୍ରଦାନ କରାଯାଇଛି କି ନାହିଁ ତାର ସମୀକ୍ଷା କରିଥିଲେ । ମାତ୍ର ସୁପରଭାଇଜର ବୈଷ୍ଣବ ଚରଣ ଦ୍ୱିବେଦୀ କେଉଁ ସର୍କଲରୁ କେତେ ଟଙ୍କା ଦିଆଯାଇଥିଲା ତାର ରିପୋର୍ଟ ଦେଇପାରିନଥିଲେ । ଏଥିରେ ସୁପରଭାଇଜରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ । ଆଉ ତାଗିଦ ବେଳେ ବୋହୋସ ହୋଇଯାଇଥିଲେ ସୁପରଭାଇଜର । ସୁପରଭାଇଜରଙ୍କୁ ପ୍ରଥମେ ରାଜନଗର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଜିଲ୍ଲାପାଳ ପ୍ରାୟ ଦେଢଘଂଟା ଧରି ରହିଥିଲେ । ଗୁରୁତର ଅବସ୍ଥାରେ ସୁପରଭାଇଜରଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛିା