କଷ୍ଟ କଲେ ଇଷ୍ଟ ମିଳେ

41

ମାଲକାନଗିରି : ବିଜ୍ଞାନ ଯୁଗରେ ବିସ୍ମୟର ଚିତ୍ର । ଅନ୍ଧାରୀ ଇଲାକାରେ ଅନ୍ଧବିଶ୍ୱାସ । ବିଶ୍ୱାସ ନାଁରେ ଲାଗୁଛି ଜୀବନକୁ ବାଜି । ମରଣ ମୁହଁରେ ମାନସିକଧାରୀ । ଏଭଳି ବିଚିତ୍ର ପରମ୍ପରା ଇତିହାସ ଆଉ କିଛି ବିସ୍ମୟ ବିଶ୍ୱାସର ଚିତ୍ର ଦେଖିବାକୁ ମିଳିଛିି ମାଲକାନଗିରି ଜିଲ୍ଲା ଏମଭି ୧୦୬ରେ ।

ଶିବ ଓ ଶାକ୍ତ ପରମ୍ପରାର ଅପୂର୍ବ ମିଳନ ସ୍ଥଳି ଏହି ଚଡକ ଯାତ୍ରା । କୁହାଯାଏ ଏହି ରଢ ନିଆଁରେ ଚାଲିଲେ ପୂର୍ଣ୍ଣ ହୁଏ ମାନସିକ । ପୁଣି ଘଂଟା ଘଂଟା ଧରି ଏଠି ଜୀବନ୍ତ ସମାଧି ନିଏ ମଣିଷ । ମାଟି ତଳେ ଚାଲେ ନିଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିବାର ଖେଳ । ମନରେ ମାନସିକ, କିଛି ଗୋଟିଏ ଚମତ୍କାରର ଆଶା ରଖି ଉପବାସପୂର୍ବକ ଭକ୍ତ ଧାଇଁଆସେ ଏହି ଗାଁକୁ । ଆଉ ସମର୍ପଣ କରିଦିଏ ମା କାଳୀ ଓ ହର ହର ମହାଦେବଙ୍କ ପାଖରେ । ହେଲେ ବିଶ୍ୱାସୀ ମଣିଷଙ୍କ ଏ ଭିଡ ଭିତରେ ମନରେ ଆହୁରୀ ବିସ୍ମୟ ସୃଷ୍ଟି କରିଥିଲା ପୂର୍ବତନ ବିଧାୟକ ମୁକୁନ୍ଦ ସୋଢିଙ୍କ ଉପସ୍ଥିତି ।

ପ୍ରତିବର୍ଷ ବୈଶାଖ ମାସର ଶେଷ ଆଡକୁ ଆୟୋଜନ ହୁଏ ଏହି ଯାତ୍ରା । ବିଶ୍ୱାସ ରହିଛି ଶରୀରକୁ ଯନ୍ତ୍ରଣା ଦେଇ ଏଠି ଆଶୀର୍ବାଦ ଲୋଡା ହୁଏ ଶାନ୍ତ ବାତାବରଣର ।