ଅନ୍ଧବିଶ୍ୱାସର କରୁଣ ପରିଣତି : ଗୁଣି ସନ୍ଦେହରେ ୨ ଜଣଙ୍କୁ ପିଟି ପିଟି ହତ୍ୟା

35

ଗଜପତି : ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ସନ୍ଦେହରେ ଦୁଇ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପରେ ମୃତଦେହକୁ ପୋଡି ଦିଆଯାଇଛି । ମୋହନା ବ୍ଲକ୍ ଅଡବା ଥାନା ଚୁଡଙ୍ଗପୁରରେ ଘଟିଛି ଏଭଳି ଅମାନବୀୟ ଘଟଣା । ଗୁଣି ସନ୍ଦେହରେ ୨ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ମୃତକ ଦୁଇ ଜଣ ହେଲେ ଗଙ୍ଗା ଗମାଙ୍ଗ ଏବଂ ବିରଂଚି ସୁନ୍ଦରରାୟ।

ଗାଁରେ ଏହି ଦୁଇ ଜଣ ଗୁଣି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ । ଏହାପରେ ଉଭୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ହୋଇଥିଲା । ଦୁଇ ଜଣଙ୍କୁ ପ୍ରଥମେ ପିଟି ପିଟି ହତ୍ୟା କରିବା ପରେ ଗାଁରୁ ୧ କିଲୋମିଟର ଦୂରରେ ପୋଡି ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରୁ ହାଡ ଜବତ କରିଛି। ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ପରେ ପୋଲିସ ଆଗରେ ଅଭିଯୁକ୍ତ ମାନେ ଦୋଷ ମାନିଛନ୍ତି ।