ଅନ୍ଧବିଶ୍ୱାସର ଅନ୍ଧାରଗଳି : ରୋଗରୁ ମୁକ୍ତି ପାଇଁ ହାତ କାଟି ଶ୍ମଶାନରେ ଗୁହାରି ପଡିଲେ ବିଜ୍ଞାନ ଛାତ୍ର

41

ନୟାଗଡ : ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ବି ଏପରି ଘଟଣା ଘଟୁଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ନୟାଗଡ଼ ଇକିରି ପଂଚାୟତରେ ଏଭଳି ଏକ ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରିବାରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ ନିଜ ହାତ କାଟି ଶ୍ମଶାନରେ ଗୁହାରିଆ ପଡିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଁଚିଥିଲେ ବି ଗାଁଲୋକଙ୍କ ବିରୋଧ ଯୋଗୁଁ ଫେରି ଆସିଛନ୍ତି । ଶ୍ମଶାନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଛାତ୍ର ଗୁରୁତର ରହିଛି ।

ସୁଚନା ଅନୁଯାୟୀ ରାଜେନ୍ଦ୍ର, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର । ହେଲେ ଅର୍ଥ ଅଭାବରୁ ରୋଗରୁ ମୁକ୍ତି ପାଇବା ପାଇଁ ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ଶେଷକୁ ବାଛି ନେଇଛି ଏହି ଉପାୟ ।

ଅନ୍ଧବିଶ୍ୱାସରୁ ନିବୃତ କରିବା ପାଇଁ ଘଟଣାସ୍ଥଳରେ ପହଁଚିଥିଲା ପୁଲିସ । ମାତ୍ର ପୂରା ଗାଁ ଲୋକେ ରାଜେନ୍ଦ୍ରଙ୍କ ଅଧିଆ ପଡିବାକୁ ସମର୍ଥନଜଣାଇ ପୁଲିସକୁ ବିରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ଫେରି ଆସିଥିଲା ପୁଲିସ । ସେପଟେ ରାଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି ।