ମୋଦି-ଶାହାଙ୍କୁ ନେଇ ସୁପରଷ୍ଟାର ରଜନୀକାନ୍ତଙ୍କ ମନର କଥା । କହିଲେ, କୃଷ୍ଣ-ଅର୍ଜୁନ ଭଳି ଏ ଦୁହିଁଙ୍କ ଯୋଡ଼ି

614

କନକ ବ୍ୟୁରୋ: କଶ୍ମୀରର ପୁର୍ନଗଠନକୁ ନେଇ ମୋଦି-ଶାହାଙ୍କୁ ବିରୋଧୀ ଘେରିଥିବାବେଳେ ସୁପରଷ୍ଟାର ରଜନୀକାନ୍ତ ଦେଇଛନ୍ତି ବଡ଼ ବୟାନ । ରଜନୀକାନ୍ତ ମହାଭାରତ ତତ୍ତ୍ୱ ନେଇ କହିଛନ୍ତି କି, ମୋଦି-ଶାହା ହେଉଛନ୍ତି କୃଷ୍ଣ-ଅର୍ଜୁନ ଯୋଡ଼ି । ଯେଉଁମାନେ ମୋଦି-ଶାହାଙ୍କୁ ଜାଣି ନାହାନ୍ତି ସେମାନେ ଜାଣିବା ଦରକାର । ତେଣୁ ଆପଣମାନେ ବିଚାର କରନ୍ତୁ ମୋଦି-ଶାହାଙ୍କ ମଧ୍ୟରୁ କିଏ କୃଷ୍ଣ ଆଉ କିଏ ଅର୍ଜୁନ? ତେବେ ସୁପରଷ୍ଟାର ରଜନୀକାନ୍ତଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ପୁସ୍ତକ ଲିସେନିଙ୍ଗ,ଲର୍ଣ୍ଣିଙ୍ଗ ଆଣ୍ଡ ଲିଡିଙ୍ଗ ପୁସ୍ତକ ଉନ୍ମୋଚନ ଅବସରରେ ଏଭଳି ବୟାନ ରଖିଛନ୍ତି ରଜନୀକାନ୍ତ । ଆଉ କହିଛନ୍ତି, କଶ୍ମୀରରୁ ୩୭୦ ହଟିବା ଯୋଗୁଁ ୭୦ ବର୍ଷ ପରେ ଯେଉଁ ସ୍ୱାଧିନତା ମିଳିଲା ସେଥିଲାଗି ଦୁଇଜଣଙ୍କୁ ଅଭିନନ୍ଦନ ଜଣାଉଛି । ଏବେ ଲୋକମାନେ ଅମିତ ଶାହାଙ୍କ ଶକ୍ତିକୁ ଭଲଭାବେ ବୁଝି ପାରିବେ । ସବୁଠାରୁ ବଡ଼କଥା ହେଲା କି, ମୋଦି-ଶାହା ଏବେ ଅର୍ଜୁନ-କୃଷ୍ଣ ଯୋଡ଼ି ଭଳି କାର୍ଯ୍ୟ କରୁଛନ୍ତି ବୋଲି ରଜନୀକାନ୍ତ କହିଛନ୍ତି ।

ଅନ୍ୟପଟେ ରଜନୀକାନ୍ତଙ୍କ ଏଭଳି ବୟାନ ଏବେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । କାରଣ ରଜନୀକାନ୍ତ ବିଭିନ୍ନ ସମୟରେ ଭାରତୀୟ ରାଜନୈତିକ ଗିତିବିଧି ଉପରେ ନଜର ରଖିଥାନ୍ତି । ଆଉ ମୋଦି ସରକାରଙ୍କ ସହ ରଜନୀକାନ୍ତଙ୍କ ସୁ-ସମ୍ପର୍କ ମଧ୍ୟ ରହିଥିବା ପୂର୍ବରୁ ଦେଖିବାକୁ ମିଳିଛି ।