ସୁପରଫାଷ୍ଟ ଟ୍ରେନରେ ଲୁଟ୍ : ଯାତ୍ରୀଙ୍କ ଠାରୁ ୩୦ଲକ୍ଷ ଟଙ୍କା ଲୁଟିନେଲେ ଡକାୟତ ଦଳ

193

ନୂଆଦିଲ୍ଲୀର ଆନନ୍ଦ ବିହାରରେ ରେଳବାଇ ଷ୍ଟେସନରୁ ଭାଗଲପୁର ଯାଉଥିବା ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ବୁଧବାର ଦିନ ରାତି ଗୋଟିଏ ଡକାୟତ ଦଳ ଲୁଟ୍ କରିଛନ୍ତି । ଚେନ୍ ପୁଲିଙ୍ଗ କରି ଡକାୟତମାନେ ୩ଟି ବଗିର ସମସ୍ତ ଯାତ୍ରୀଙ୍କ ଠାରୁ ଅସ୍ତ୍ର ଦେଖାଇ ଲୁଟିନେଇଛନ୍ତି । ଏହି ସମୟରେ ଡକାୟତମାନେ ମହିଳାଙ୍କୁ ବି ଛାଡି ନଥିଲେ । ତାଙ୍କ ଠାରୁ ଜବରଦସ୍ତି ଗହଣା ନେଇଗଲେ । କୁହାଯାଉଛି କି, ଗୋଟିଏ ଡଜନ ମୋବାଇଲ ଓ ନଗଦ ସହିତ ପାଖାପାଖି ୩୦ଲକ୍ଷର ଲୁଟ୍ ହୋଇଛି ।

ସୂଚନା ମୁତାବକ, ଏହି ସମୟରେ ବିରୋଧ କରିବା ଉପରେ ଲୁଟେରାମାନେ ଯାତ୍ରୀଙ୍କ ସହିତ ମାରପିଟ୍ ମଧ୍ୟ କରିଛନ୍ତି । ଏହି ଘଟଣା ପରେ ଟ୍ରେନ୍ ଜମାଲପୁର ଷ୍ଟେସନରେ ପହଂଚିବା କ୍ଷଣି ଲୋକମାନେ ହଙ୍ଗାମା କରିଛନ୍ତି । ପୁଲିସ ଏହାର ଯାଂଚ ଚଳାଇଛି । କୁହାଯାଉଛି କି ଟ୍ରେନରେ କୌଣସି ସ୍କାଉଟ୍ ଦଳ ନଥିଲେ । ଟ୍ରେନ୍ ୩ ଘଣ୍ଟା ବିଳମ୍ବରେ ଚାଲୁଥିଲା । ସେହି ସମୟରେ ଟ୍ରେନର ଚେନ୍ ଟାଣି ୧୦ରୁ ୧୨ଜଣ ଲୁଟେରା ଟ୍ରେନକୁ ପଶିଆସିଲେ ଓ ଚାକୁ ଦେଖାଇ ଲୁଟିବାକୁ ଲାଗିଲେ । ଯାତ୍ରୀମାନେ ବିରୋଧ କରିବାରୁ ତାଙ୍କ ସହ ମାରପିଟ୍ ମଧ୍ୟ କଲେ ।