ରେସ୍ତୋରାଁରେ ପାଣି ଦେଇ ୱେଟ୍ରେସ୍ ପାଇଲେ ୭ ଲକ୍ଷ ଟଙ୍କାର ଟିପ୍ : ତା’ପରେ ଘଟିଲା କିଛି ଏମିତି, ସୋଶିଆଲ ମିଡିଆରେ ହେଲା ଭାଇରାଲ

42

ନର୍ଥ କେରୋଲିନା ଏମିତି କିଛି ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରୋସ୍ତୋରାଁରେ ଜଣେ ବ୍ୟକ୍ତି ଆସିଲେ ଓ ସେ ଦୁଇ ଗ୍ଲାସ ପାଣି ଅର୍ଡର କଲେ । ପାଣି ପିଇବା ପରେ ସେ ୱେଟ୍ରେସ୍ ପାଇଁ ୧୦ ହଜାର ଡଲାର( ୭ ଲକ୍ଷ ଟଙ୍କାରୁ ଅଧିକ) ଛାଡି କି ଚାଲିଗଲେ । ଏହା ସହିତ ଏକ ନୋଟ୍ ମିଳିଲା, ଯେଉଁଥିରେ ଲେଖା ଥିଲା- ‘ପାଣି ପାଇଁ ଧନ୍ୟବାଦ’ । ଖବର ମୁତାବକ, ଏଲାୟନା କୁଷ୍ଟର, ସୁପ୍ ଡଗ୍ସ ନାମକ ଏକ ରେସ୍ତୋରାଁ ରେ କାମ କରନ୍ତି । ତାଙ୍କୁ ଏହି ଟିପ୍ ଦିଆଗଲା ।

ୱେଟ୍ରେସଙ୍କ କହିବାନୁସାରେ, ସେ ବୁଝିପାରିଲେନି କି ସତରେ ଏମିତି ହୋଇଛି । ସେ ଉଠାଇକି ଦେଖିଲେ ଯେ, ସେଠି ୧୦୦ ଡଲାରର ବହୁତ ସାରା ନୋଟ୍ ଥିଲା । ସେତେବେଳେ ତାଙ୍କ ହାତ ଥରୁଥିଲା । ସେ ବାରମ୍ବାର ପଚାରୁଥିଲେ କି ଏହା କ’ଣ ? ତାଙ୍କୁ ଲାଗୁଥିଲା କି ତାଙ୍କ ସହ କେହି ମଜାକ୍ କରୁଛନ୍ତି । ପରେ ଜଣାପଡିଲା କି ସେହି ଗ୍ରାହକ ଜଣକ କୌଣସି ସାଧାରଣ ଲୋକ ନୁହଁନ୍ତି, ବରଂ ଜଣେ ୟୁଟ୍ୟୁବ୍ ପର୍ସନାଲିଟି । ଯାହାଙ୍କ ୟୁଜର ନେମ୍ ମିଷ୍ଟର ବିଷ୍ଟ । ମିଷ୍ଟର ବିଷ୍ଟଙ୍କ ପାଖାପାଖି ୮.୯ ମିଲିୟନ୍ ସବସ୍କ୍ରାଇବର୍ସ ଅଛନ୍ତି ।

ସେହି ୟୁଟ୍ୟୁବର ଜଣକ ଦୂରରୁ ଶୁଟିଂ କରୁଥିଲେ ଓ ମିସ କୁଷ୍ଟରଙ୍କ ପ୍ରତିକ୍ରିୟା ଦେଖୁଥିଲେ । ସେ ପାଣି ପିଇ କି ଉଠିଲେ ଓ ଟିପ୍ ରଖି କି ବାହାରକୁ ଚାଲିଗଲେ । କୁଷ୍ଟରଙ୍କ ପ୍ରତିକ୍ରିୟା ନେବା ପରେ ୟୁଟ୍ୟୁବର ଫେରିଲେ ଓ ରେସ୍ତୋରାଁର ସଦସ୍ୟଙ୍କୁ ଭେଟିଲେ । ମିସ୍ କୁଷ୍ଟର ଖୁସିରେ ସେହି ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ । ସୁପ୍ ଡଗ୍ସରେ ଅଧିକାଂଶ କର୍ମଚାରୀ କଲେଜ୍ ଡ୍ରପ୍ ଆଉଟ୍ । ସେହି ଟଙ୍କା ତାଙ୍କର ବହୁତ କାମରେ ଆସିବ । ରେସ୍ତୋରାଁ ଟି ଏଲାୟନା କୁଷ୍ଟରଙ୍କ ଫଟୋ ପୋଷ୍ଟ କରିଛି । ସୋଶିଆଲ ମିଡିଆରେ ଫଟୋ ବହୁତ ଭାଇରାଲ ହେଉଛି ।