ଆଇପିଏଲରେ ଜମୁଛି ରୋମାଂଚ : ପୁଣି କମ ରନ କରି ଜିତିଲା ହାଇଦ୍ରାବାଦ, ଦମ ଦେଖାଇଲେ ବୋଲର

75

କନକ ବ୍ୟୁରୋ : ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ସନରାଇଜର୍ସ ହାଇଦ୍ରାବାଦ । ଲୋ ସ୍କୋରିଂ ମ୍ୟାଚରେ ୧୧ ରନରେ ହାରିଯାଇଛି ରାହାଣେଙ୍କ ଦଳ । ୱିଲିଅମସନ ୪୩ ବଲରୁ ଧୂଆଁଧାର ୬୩ ରନ କରିଥିଲେ । ତେବେ ପୁଣିଥରେ ଚମକ୍ରାର ବୋଲିଂ ବଳରେ ମ୍ୟାଚ ଜିତିନେଇଛି ସନରାଇଜର୍ସ ହାଇଦ୍ରାବାଦ । ଏଥିସହ ଅଷ୍ଟମ ମ୍ୟାଚରୁ ଷଷ୍ଠ ବିଜୟ ସହ ଆଗୁଆ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ହାସଲ କରିନେଇଛି ଦଳ ।

ସେପଟେ ପୁଣି ମାତ ଖାଇଛି ଆରସିବି । କୋଲକାତା ନାଇଟ ରାଇଡର୍ସ ପୁଣି ଥରେ ବାଜି ମାରି ନେଇଛି । ଜିତାଇଛନ୍ତି କ୍ରିସ୍ ଲିନଙ୍କ ଧୂଆଁଧାର ବ୍ୟାଟିଂ କୋଲକାତା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୧୭୫ ରନ୍ କରିବା ପରେ ମଧ୍ୟ ପରାଜିତ ହୋଇଛି ବାଙ୍ଗାଲୋର । ବିରାଟ କୋହଲିଙ୍କ ୬୮ ରନ ବଳରେ ଆରିସିବି ୧୭୫ ରନ କରିଥିଲା । ତେବେ କୋଲକାତାର କ୍ରିସ ଲିନଙ୍କ ୬୨ ରନ ବଳରେ ଦଳ ଚାରୋଟି ବଲ ବାକିଥାଇ ମ୍ୟାଚ ଜିତିନେଇଥିଲା ।