କିଙ୍ଗ୍ ଖାନ ଜଣେ ଦାୟିତ୍ୱବାନ ଓ ସମର୍ପିତ ପିତା ! କହିଲେ ପର୍ଣ୍ଣଷ୍ଟାର ସନ୍ନି ଲିଓନି

58

ନିକଟରେ ରିଲିଜ ହୋଇଛି ଶାହାରୁଖ ଖାନଙ୍କ ସିନେମା “ରଇସ’ । ଉକ୍ତ ସିନେମାରେ ପର୍ଣ୍ଣଷ୍ଟାର ସନ୍ନି ଲିଓନି ‘ଲୈଲା ମେଁ ଲୈଲା’ ନାମକ ଏଇ ଆଇଟମ ନମ୍ବର କରିଛନ୍ତି । ସୁଟିଂ ସମୟରେ ସନ୍ନି ଶାହାରୁଖ ଖାନଙ୍କ ପୁଅ ଅବରାମଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ ଏବଂ ଅବରାମ ସବୁେବେଳ ଶାହାରୁଖଙ୍କ ସହ ବ୍ୟସ୍ତ ରହୁଥିଲେ ବୋଲି ସେ କହିଛନ୍ତି । ସନ୍ନି ଲିଓନି କହିଛନ୍ତି କିଙ୍ଗ୍ ଖାନ ଶାହାରୁଖ ଜଣେ ବହୁତ ଭଲ ଓ ଦାୟିତ୍ୱବାନ ପିତା । ସିନେମାର ସୁଟିଂରେ ଏତେ ବ୍ୟସ୍ତ ଥିଲେ ମଧ୍ୟ ଶାହାରୁଖ ଅବରାମଙ୍କର ବହୁତ ଯତ୍ନ ନେଉଥିଲେ । ଏହାସହ ସନ୍ନି ଲିଓନି କହିଛନ୍ତି ଶାହାରୁଖ ଜଣେ ସମର୍ପିତ ବାପା । କେବଳ ଯେ ଅବରାମଙ୍କର ତା’ ନୁହଁ ଶାହାରୁଖ ତାଙ୍କର ବଡ ପୁଅର ମଧ୍ୟ ବିଶେଷ ଧ୍ୟାନ ରଖନ୍ତି ।