ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲେ ସନ୍ନି ଲିୟୋନି ! ଟ୍ୱିଟ୍ କରି ଜଣାଇଲେ ପୂରା ଘଟଣା

29

ମୃତ୍ୟୁମୁଖରୁ ବଂଚିଗଲେ ଅଭିନେତ୍ରୀ ସନ୍ନି ଲିୟୋନି । ସେ ଯାଉଥିବା ଏକ ବେସରକାରୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏ ଘଟଣାଟି ଘଟିଛି ମହାରାଷ୍ଟ୍ରରେ । ଅଭିନେତ୍ରୀ ସନ୍ନି ଲିୟୋନିଙ୍କ ସହ ତାଙ୍କ ସ୍ୱାମୀ ଓ ବନ୍ଧୁ ବିମାନରେ ଥିଲେ । ପାଗ ଖରାପ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି ।

ବିମାନ ଦୁର୍ଘଟଣାର ପୂରା ଖବର ସନ୍ନି ଲିୟୋନି ଟ୍ୱିଟ୍ କରି ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି ଏବଂ ଏହାସହ ବିମାନର ଚାଳକଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ତାଙ୍କରି ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ବିପଦରୁ ବିମାନଟି ରକ୍ଷା ପାଇଛି । ସନ୍ନି ଟ୍ୱିଟରରେ କହିଛନ୍ତି- “ଭଗବାନଙ୍କୁ ଧନ୍ୟବାଦ ଯେ ଆମେ ସମସ୍ତେ ରକ୍ଷା ପାଇଛୁ । ଆମ୍ଭେମାନେ ଯାଉଥିବା ବିମାଟି ଦୁର୍ଘଟଣା ହୋଇଯାଇଥିଲା । ଏବେ ଇଶ୍ୱରଙ୍କୁ ସ୍ମରଣ କରୁଛୁ ଏବଂ ଘରକୁ ଫେରୁଛୁ ।”