ସନ୍ନିଙ୍କ ଏଡ୍ସ ଡର ! ଅଭିନୟ ପୂର୍ବରୁ ନିଜ ସହ ଅଭିନେତାଙ୍କ କରିଥିଲେ ମେଡିକାଲ୍ ପରୀକ୍ଷା

27

ପର୍ଣ୍ଣଷ୍ଟାରରୁ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ସନ୍ନି ଲିଓନି ଏବେ ବଲିଉଡରେ ଜଣେ ଚିହ୍ନା ପରିଚିତ ଚେହେରା । ଧୀରେ ଧୀରେ ଅଭିନୟରେ କ୍ଷେତ୍ରରେ ନିଜ ପାଦ ମଧ୍ୟ ଜମେଇ ସାରିଲେଣି । ନିଜ କ୍ୟାରିୟର, କାମ ଏବଂ ପେଶାକୁ ନେଇ ବେଶ୍ ଯତ୍ନବାନ୍ ସନ୍ନି । ଏହାର ଏକ ଉଦାହରଣ ନିକଟରେ ସାମ୍ନାକୁ ଆସିଛି । ଅଭିନୟ କରିବା ପୂର୍ବରୁ ନିଜ ସହ ଅଭିନେତାଙ୍କ ମେଡିକାଲ୍ ପରୀକ୍ଷା କରେଇଥିଲେ ସନ୍ନି ।

ଘଟଣାଟି ହେଉଛି ସିନେମା ‘ଜିସ୍ମ – ୨’ ସମୟର । ସବୁକିଛି ସ୍ଥିର ହୋଇସାରିବା ପରେ ନିଜ ସହ ଅଭିନେତା ରଣଦୀପ ହୁଡା ଏବଂ ଅରୁନ୍ଦୋୟ ସିଂଙ୍କ ମେଡିକାଲ୍ ପରୀକ୍ଷା ପାଇଁ ପୂଜା ଭଟ୍ଟଙ୍କୁ ମେଲ୍ କରିଥିଲେ । ଏପରିକି ସେମାନଙ୍କ ମେଡିକାଲ୍ ସର୍ଟିଫିକେଟ୍ ଦେଖିବା ସହ ନିଜର ମେଡିକାଲ୍ ସର୍ଟିଫିକେଟ୍ ମଧ୍ୟ ଦେଖାଇଥିଲେ । ତେବେ ଏପରି କରିବାର ଉଦ୍ଦେଶ୍ୟ ଥିଲା ସନ୍ନିଙ୍କ ଡର । କାଳେ ତାଙ୍କ ସହ ଅଭିନେତାଙ୍କୁ ଏଡସ କିମ୍ବା ଅନ୍ୟ କୌଣସି ଭୟଙ୍କର ରୋଗ ହୋଇଥିବ । ଯାହା ଦ୍ୱାରା ତାଙ୍କ ଉପରେ ଏହାର ପ୍ରଭାବ ପଡିପାରେ । ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ସନ୍ନି ତାଙ୍କ କାମ ଏବଂ ନିଜକୁ ନେଇ କେତେ ଯତ୍ନବାନ  ।