‘ତେରା ଇନ୍ତଜାର’ସିନେମାର ଟ୍ରେଲର ଲଂଚ୍ ! ଟ୍ରେଲରରେ ଦେଖିବାକୁ ମିଳିଲା ସନ୍ନି ଲିଓନି ଓ ଅରବାଜ ଖାନଙ୍କର ନିଆରା ପ୍ରେମକାହାଣୀ

69

‘ସନ୍ନି ଲିଓନି ଓ ଅରବାଜ ଖାନ ଅଭିନୀତ ସିନେମା ‘ତେରା ଇନ୍ତଜାର’ର ଟ୍ରେଲର ଲଂଚ ହୋଇଯାଇଛି । ଏଥିରେ ଅରବାଜ ସନ୍ନିଙ୍କୁ ନଦେଖି ତାଙ୍କର ଛବି ଆଙ୍କୁଛନ୍ତି । ସିନେମାରେ ପ୍ରେମକୁ ଅଲଗା ଅନ୍ଦାଜରେ ଦର୍ଶକଙ୍କୁ ଦେଖାଇବାକୁ ଚାହିଁଛନ୍ତି ନିର୍ଦ୍ଦେଶକ । ପୁଣି ଏହି ପ୍ରେମ କାହାଣୀରେ ରୋଚକ ମୋଡ ଆସୁଛି ଆଉ ଦୁଇଜଣ ଅଲଗା ହୋଇଯାଉଛନ୍ତି । ଏଭଳି ଏକ ସସପେନ୍ସ ଟ୍ରେଲର ଦର୍ଶକ ଦେଖିବେ ।

 

 

 

 

 

 

 

 

ସୂଚନାଯୋଗ୍ୟ ‘ତେରା ଇନ୍ତଜାର’ ଏକ ରୋମାଣ୍ଟିକ ମ୍ୟୁଜିକାଲ ଥ୍ରୀଲର ସିନେମା । ଏଥିରେ ଉଭୟ ପ୍ରେମୀଙ୍କ କାହାଣୀ ଦେଖାଯାଇଛି । କିପରି ସେମାନେ ଅଲଗା ହେଛନ୍ତିଆ ଆଉ ଅନେକ ସଂଘର୍ଷ ପରେ ପୁଣି କିପରି ତାଙ୍କର ମଳିନ ହୁଏ । ସିନେମାରେ ସନ୍ନି ଲିଓନି ଅଛନ୍ତି, ମାନେ ଆଇଟମ ଗୀତ ନିଶ୍ଚିତ ରହିବ । ଏହି ସିନେମାରେ ‘ଆଇ ଏମ୍ ସେକ୍ସି ବେବି ଗର୍ଲ’ ଟାଇଟଲରେ ଏକ ଆଇଟମ ନମ୍ବର ଅଛି । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜିବ ବାଲିଆ ଏବଂ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅମନ ମେହତା । ସିନେମାର ଅରବାଜ୍ ଖାନ୍, ସନ୍ନି ଲିଓନିଙ୍କ ବ୍ୟତୀତ ଅଲାବା ସୁଧା ଚନ୍ଦ୍ରନ , ସଲିଲ ଅଙ୍କୋଲା, ରିଚା, ଶର୍ମା, ଗୌହର ଖାନ୍ ଓ ଆର୍ଯ୍ୟା ବବର ଆଦି ଅଭିନୟ କରିଛନ୍ତିିି । ୨୪ ନଭେମ୍ବର ୨୦୧୭ରେ ବଡ଼ ପରଦାରେ ରିଲିଜ ହେବ ସିନେମା ।