ସନ୍ନିଙ୍କ ସହ ବଡ଼ ବଡ଼ ଷ୍ଟାର୍ କିପରି କରୁଥିଲେ ବ୍ୟବହାର ! ଅନେକ ରହସ୍ୟରୁ ପରଦା ଉଠାଇଲେ ବେବି ଡଲ୍

68

ପର୍ଣ୍ଣ ଷ୍ଟାରରୁ ସଫଳ ବଲିଉଡ୍ ଅଭିନେତ୍ରୀ ପାଲଟିଛନ୍ତି ସନ୍ନି ଲିଓନି । ହିନ୍ଦି ସିନେମାରେ କେହି ଗଡ୍ ଫାଦର୍ ନଥାଇ ନିଜ ଦମରେ ଏହି ସଫଳତା ହାସଲ କରିଛନ୍ତି ବଲିଉଡର ବେବି ଡଲ୍ । ପର୍ଣ୍ଣ ସିନେମା କରିବା ପରେ ମଧ୍ୟ ଶାହାରୁଖ୍ ଖାନ୍ ଏବଂ ଇମ୍ରାନ୍ ହାସମୀ ଭଳି ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିଥିବା ପ୍ରଥମ ଅଭିନେତ୍ରୀ ହେଉଛନ୍ତି ସନ୍ନି ।

Sunny-Leone-ଏବେ ସନ୍ନି ବଡିଉଡର ନମ୍ବର୍ ୱାନ୍ ଆଇଟମ୍ ଗର୍ଲ ବନିଯାଇଛନ୍ତି । ପ୍ରାୟ ସମସ୍ତ ନିର୍ମାତା, ନିର୍ଦ୍ଦେଶକ ତାଙ୍କ ସହ କାମ କରିବାକୁ ଆଗ୍ରହୀ ଅଛନ୍ତି । ଧୀରେ ଧୀରେ ସନ୍ନି ବଡ଼ ବଡ଼ ବ୍ୟାନର୍ ତଳେ ନିର୍ମିତ ସିନେମାରେ ନଜର ଆସୁଛନ୍ତି । ହେଲେ ପର୍ଣ୍ଣ ଇଣ୍ଡଷ୍ଟ୍ରି ଛାଡି ବଲିଉଡରେ ନିଜ ପରିଚୟ ତିଆରି କରିବା ସହଜ ନଥିଲା ସନ୍ନିଙ୍କ ପାଇଁ । ଅନେକ ସଂଘର୍ଷ କରିବାକୁ ପଡିଛି ତାଙ୍କୁ ଏହି ସଫଳତା ଏବଂ ଲୋକପ୍ରିୟତା ପାଇବା ପାଇଁ । ନିକଟରେ ସନ୍ନି ‘ନୋ ଫିଲଟର୍ ନେହା’ରେ ଗେଷ୍ଟ୍ ଭାବରେ ନଜର ଆସିଥିଲେ ।

sunny-leoneଏହି ସୋ ମାଧ୍ୟମରେ ସନ୍ନି ନିଜ ଜୀବନର ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ସନ୍ନି କହିଛନ୍ତି , ଯେତେବେଳେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ସେତେବେଳେ କୌଣସି ଷ୍ଟାର୍ ତାଙ୍କ ସହ ସ୍କ୍ରିନ୍ ସେୟାର୍ କରିବାକୁ ରାଜି ହୋଇନଥିଲେ । ଏକ ଆୱାର୍ଡ ସୋ ରେ ହୋଇଥିବା ଘଟଣାକୁ ମନେ ପକାଇ କହିଥିଲେ ଆଜି ବି ସେ କଥା ମୁଁ ଭୁଲି ପାରିନି । ଏକ ଆୱାର୍ଡ ଫଙ୍କସନର ଆୟୋଜକ ଚାହୁଁଥିଲେ ସନ୍ନି କୌଣସି ଷ୍ଟାରଙ୍କ ସହ ଷ୍ଟେଜ୍ ସେୟାର୍ କରନ୍ତୁ । କିନ୍ତୁ ସମସ୍ତେ ଏଥିପାଇଁ ମନା କରିଦେଇଥିଲେ । କେହି ବି ରାଜି ହେଲେନି ତାଙ୍କ ସହ ଏକାଠି ନଜର ଆସିବାକୁ । ଏହି ଘଟଣାରେ ସନ୍ନି ଖୁବ୍ ଦୁଃଖିତ ହୋଇଥିଲେ ।

ତେବେ ମାତ୍ର ଜଣେ ଅଭିନେତା ଚଙ୍କି ପାଣ୍ଡେ ତାଙ୍କ ସହ ଏହି ଆୱାର୍ଡ ଫଙ୍କସନରେ କାମ କରିବାକୁ ରାଜି ହୋଇଥିଲେ । ତେବେ ସନ୍ନି କହିଛନ୍ତି ଖାସ୍ କରି ଅଭିନେତ୍ରୀ ମାନେ ତାଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଯାହାର କାରଣ ଥିଲା ସେ ଇଣ୍ଡଷ୍ଟ୍ରି ନୂଆ ଥିଲେ ଆଉ ଜଣେ ପର୍ଣ୍ଣ ଷ୍ଟାର୍ ଥିଲେ ।