ପଦ ହରାଇ ପାରନ୍ତି ସନ୍ନି ଦେଓଲ୍ ! ନିର୍ବାଚନ କମିଶନ୍ ଙ୍କ ନିର୍ଦ୍ଦେଶକୁ ନମାନି ଅଡୁଆରେ ବିଜେପି ସାଂସଦ ସନ୍ନି ଦେଓଲ।

1,587

ଅଭିନେତାରୁ ରାଜନେତା ବନିଥିବା ନବ ନିର୍ବାଚିତ ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ନିର୍ବାଚନ କମିସନ ନୋଟିସ୍ କରିପାରନ୍ତି । ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ସନ୍ନି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମାନିନାହାନ୍ତି । ନିର୍ବାଚନୀ ପ୍ରଚାର ଖର୍ଚ୍ଚ ପାଇଁ କମିସନ୍ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବାବେଳେ ସନ୍ନି କମିସନଙ୍କ ନିର୍ଦ୍ଦେଶ ନମାନି ପ୍ରଚାରରେ ୮୬ ଲକ୍ଷ ଖର୍ଚ୍ଚ କରିଛନ୍ତି ।

ଏନେଇ ସନ୍ନିଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି ଏବଂ ନିର୍ବାଚନ କମିସନ୍ ସନ୍ନିଙ୍କୁ ନୋଟିସ କରିଛନ୍ତି । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ କମିସନ୍ ସନ୍ନିଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଏପରିକି ସନ୍ନିଙ୍କ ସଦସ୍ୟଦା ପଦ ମଧ୍ୟ ରଦ୍ଦ ହୋଇପାରେ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ସନ୍ନି ଦେଓଲ ପଂଜାବର ଗୁରୁଦାସପୁର ଲୋକସଭା ଆସନରେ କଂଗ୍ରେସର ସୁନିଲ ଜାଖରଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ।