ସାମ୍ନାକୁ ଆସିଲା ଅନ୍ଧାରୀ ଇଲାକାର ସତ : ମିଳିଲା ସୁଙ୍କି ଖଳନାୟକର ଠିକଣା

19

କନକ ବ୍ୟୁରୋ : ଫଟୋ ମିଳିଛି ,ଜୀବନ୍ତ ଖୋଜିବୁ । ଏ ହେଉଛି ସୁଙ୍କି ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ମୁଖ୍ୟ ମୁଖ୍ୟ ଖଳନାୟକ । ଚେଲୁରୀ ନାରାୟଣ ରାଓ ଓରଫ୍ ସୁରେଶ । ଏହି ଦୁର୍ଦ୍ଦାନ୍ତ ମାଓନେତାକୁ ଖୋଜିବାକୁ ଏକଜୁଟ୍ ହେବ ସାରା ଦକ୍ଷିଣ ପଶ୍ଚାମାଂଚଳ ପୁଲିସ୍ । ଆନ୍ଧ୍ର-ଓଡିଶା ବର୍ଡର କମିଟିର ନନ୍ଦପୁର ଡିଭିଜନ୍ ମୁଖ୍ୟ-ସୁରେଶ । ଯାହାର ମୁଣ୍ଡର ଦାମକୁ ୨୦ ଲକ୍ଷରେ ନିଲାମ୍ କରିଥିଲା ଓଡିଶା ପୁଲିସ୍ । ଯାହାକୁ ଧରିବାକୁ ଓ ମାରିବାକୁ ଓଡିଶା ପୁଲିସ୍ ନେଉଥିଲା ବିଏସଏଫ୍ ଓ ସିଆରପିଏଫର ଶକ୍ତି । ଆଉ ଏ ହେଉଛି ସେହି ସୁରେଶ । ଯାହାର ଇସାରାରେ ସୁଙ୍କୁ ଘାଟିରେ ଫୁଟିଥିଲା ଲ୍ୟାଣ୍ଡମାଇନ୍ । ୪୮ ଘଣ୍ଟାର ତନାଘନା ପରେ ଏହି ସିଦ୍ଧାନ୍ତରେ ପହଁଚିଛି ପୁଲିସ୍ ।

୨୦୧୩ରେ ସୁଙ୍କିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କଲେ ମାଓବାଦୀ । ସେହି ଘଟଣା ପରଠାରୁ ନନ୍ଦପୁର ଡିଭିଜନର ସୁରେଶ ଓ ଲକ୍ଷ୍ମୀ ଆସିଥିଲେ ଆଣ୍ଟି ନକ୍ସଲ ସେଲର ସ୍କାନରକୁ । ପୁଲିସ୍ ଆରମ୍ଭ କଲା ଅପରେସନ୍ ସୁଙ୍କି । ମାର୍ଚ୍ଚ ୨୭,୨୦୧୬ । ଜୀବନ ଭୟରେ ଆତ୍ମସମର୍ପଣ କଲା ସୁରେଶ ଘନିଷ୍ଠ ସହଯୋଗୀ ପୁଆଲା ଆଚାମ୍ମା ଓରଫ୍ ଲକ୍ଷ୍ମୀ । ଧିରେ ଧିରେ ମାଓ ସମର୍ଥକ ପୁଲିସ୍ ଇନଫର୍ମର ପାଲଟିଗଲେ । ଦୁର୍ବଳ ହେବାରେ ଲାଗିଲା ସୁରଶର ସଂଗଠନ । ଆଉ ରକ୍ତମୁଖା ସୁରେଶ ପୁଲିସକୁ ପାନେ ଦେବାକୁ ସୁଯୋଗ ଉଣ୍ଡୁଥିଲା । ଆଉ ବୁଧବାର ପଡିଥିଲା ତା ପାଳି । ନିରସ୍ତ୍ର ପୁଲିସକୁ ଲ୍ୟାଣ୍ଡମାଇନ୍ ଲଗାଇ କଲା ଟାର୍ଗେଟ୍ ।

କେବଳ ସୁରେଶ ନୁହେଁ ମାଓବାଦୀଙ୍କ ସହରୀ ନେଟସ୍ୱର୍କର ଖିଅ ଖୋଜିବ ପୁଲିସ୍ । କାରଣ କୋରାପୁଟରୁ କଟକ ବାହାରିଥିବା ପୁଲିସ୍ ପାର୍ଟି ସଂପର୍କରେ ମାଓବାଦୀଙ୍କ ପାଖରେ କେମିତି ପହଁଚିଲା ଖବର , ତାହା ସନ୍ଦେହ ସୃଷ୍ଟି କରିଛି । ସେପଟେ ଘଟଣାର ତଦନ୍ତ ପାଇଁ ଆଜି କ୍ରାଇମବ୍ରାଂଚ ଟିମ୍ କୋରାପୁଟରେ ପହଁଚିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –