ସୁଙ୍କି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା : ତଦନ୍ତ ପାଇଁ କୋରାପୁଟରେ କ୍ରାଇମବ୍ରାଂଚ ଟିମ୍

24

କନକ ବ୍ୟୁରୋ : ସୁଙ୍କି ଲ୍ୟାଣ୍ଡମାଇନ୍ ମାମଲାର ତଦନ୍ତ ପାଇଁ କୋରାପୁଟରେ କ୍ରାଇମବ୍ରାଂଚ ଟିମ । କ୍ରାଇମବ୍ରାଂଚର ଏଲଡବ୍ଲ୍ୟୁଇ ଉଇଙ୍ଗ୍ ଏହି ଘଟଣାର ଖୋଳତାଡ କରିବ । ଜଣେ ଡିଏସପିଙ୍କ ନେତୃତ୍ୱରେ ଘଟଣାର ଅନୁଧ୍ୟାନ କରାଯିବ । କ୍ରାଇମବ୍ରାଂଚ ଡିଏସପି ପିକେ ମିଶ୍ରଙ୍କ ନେତୃତ୍ୱରେ ୪ଜଣ ଇନସପେକ୍ଟର ଓ ୩ଜଣ ଫରେନସିକ ଅଧିକାରୀ ଆଜି କୋରାପୁଟରୁ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ କୋରାପୁଟରେ ପହଂଚିଥିଲା କ୍ରାଇମବ୍ରାଂଚର ୮ଜଣିଆ ଟିମ । ସୁଙ୍କି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍ । କେଉଁ ପରିସ୍ଥିତିରେ କିପରି ଘଟିଲା ବିସ୍ଫୋରଣ ତାହାର ଛାନଭିନ୍ କରିବ ତଦନ୍ତକାରୀ ଦଳ । ଏହା ସହ ପ୍ରତ୍ୟକ୍ଷଦର୍ଶୀ ଓ ବର୍ତିଯାଇଥିବା ପୁଲିସଙ୍କ ବୟାନ ରେକର୍ଡ କରାଯିବ ।