କୋରାପୁଟ ଶୁଙ୍କି ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା : ମିଳିଲା ନିଖୋଜ ଯବାନଙ୍କ ମୃତଦେହ

24

କନକ ବ୍ୟୁରୋ : କୋରାପୁଟ ଶୁଙ୍କି ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା । ନିଖୋଜ ଥିବା ଜଣେ ଯବାନଙ୍କ ମରଶରୀର ଉଦ୍ଧାର କରାଯାଇଛି । ଏହାସହ ସହିଦଙ୍କ ସଂଖ୍ୟା ୮ରେ ପହଂଚିଛି । ଆଜି ଯବାନଙ୍କୁ ଗାର୍ଡ ଅଫ ଅନର୍ ଦିଆଯିବ । ଗତକାଲି କୋରାପୁଟର ଶୁଙ୍କି ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ମାଓବାଦୀ । ପୋଲିସର ଏକ ଗାଡି ୧୩ ଜଣ ଯବାନଙ୍କୁ ନେଇ ଯାଉଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ କରି ଏହି ଆକ୍ରମଣ କରାଯାଇଥିଲା ।

ଏକ କଲଭର୍ଟ ଉପରେ ଏହି ଗାଡି ଯାଉଥିବା ବେଳେ କଲଭର୍ଟ ତଳୁ ବିସ୍ଫୋରଣ ହୋଇଥିଲା । ଦକ୍ଷିଣାଂଚଳ ଡିଆଇଜି ଏସ୍. ସାଇନିଙ୍କ ସୂଚନା ଅନୁସାରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଓଡିଶା- ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଘାଟି ନିକଟସ୍ଥ ମୁଙ୍ଗରଭୂମି ନିକଟରେ ଏହି ଘଟଣା ଘଟିଛିି । ଦୀର୍ଘ ସମୟ ପରେ ସେଠାରେ ପୋଲିସ ପହଂଚି ଉଦ୍ଧାର କାମ ଆରମ୍ଭ କରିଥିଲ।। ଏହି ଯବାନମାନେ କଟକକୁ ପ୍ରଶିକ୍ଷଣ ନେବା ପାଇଁ ଆସୁଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –