ସ୍ୱେଚ୍ଛାସେବୀ ସୁନୀତା କ୍ରିଷ୍ଣନଙ୍କ ବିସ୍ଫୋରକ ବୟାନ: ଖୋଲା ବଜାରରେ ବିକ୍ରି ହେଉଛି ଓଡିଆ ଝିଅଙ୍କ ଇଜ୍ଜତ୍

154

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖୋଲା ବଜାରରେ ବିକ୍ରି ହେଉଛି ଓଡିଆ ଝିଅଙ୍କ ଇଜ୍ଜତ୍ । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଶହ ଶହ ଅଶ୍ଲୀଳ ଏମ୍ଏମ୍ଏସ୍ । ପର୍ନ ମାର୍କେଟରେ ଏହି ଏମ୍ଏମ୍ଏସ୍ ବିକ୍ରି କରି ମାଲେମାଲ ହେଉଛନ୍ତି ଦଲାଲ୍ । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାମାଜିକ କର୍ମୀ ଡକ୍ଟର ସୁନିତା କ୍ରିଷ୍ଣନ୍ କନକ ନ୍ୟୁଜକୁ ଦେଇଥିବା ବୟାନ୍ ଏମିତି କିଛି ତଥ୍ୟର ଖୁଲାସା କରିଛି ।

ତେବେ ଡକ୍ଟର ସୁନିତା କ୍ରିଷ୍ଣନଙ୍କ ଏ ବୟାନ ସ୍ପଷ୍ଟ କରୁଛି କେତେ ସାଙ୍ଘାତିକ ବଜାରରେ ବୁଲୁଥିବା ଝିଅଙ୍କ ଏମ୍ଏମ୍ଏସ୍ ସମସ୍ୟା । ଆଉ କେତେ ସାଙ୍ଘାତିକ ଓଡିଶାର ସ୍ଥିତି । ଇଂଟରନେଟ୍, ମୋବାଇଲ ବିଶେଷ କରି ୱାଟ୍ସ ଅଫରେ ଘୁରି ବୁଲୁଛି ଶହ ଶହ ଅଶ୍ଲୀଳ ଏମ୍ଏମ୍ଏସ୍ । ଇଂଟରନେଟ୍ ବଜାରରେ ଖୋଲାଖୋଲି ବିକ୍ରି ହେଉଛି ଇଜ୍ଜତ୍ । ଶରୀର ପାଲଟି ଯାଉଛି ପଣ୍ୟଦ୍ରବ୍ୟର ସାମଗ୍ରୀ ।

ବିଲଡର କାଳିଆ ସାହୁ ରେପ୍ ଭିଡିଓ ମାମଲାରେ ମଧ୍ୟ ମୁହଁ ଖୋଲିଛନ୍ତି ସୁନିତା । ସୁନିତା କହିଛନ୍ତି କିଛି ଦୁଷ୍କର୍ମ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ନେଇ ସୂଚନା ପାଇବା ପରେ ସେ ‘ସେମ ଦ ରେପିଷ୍ଟ’ କ୍ୟାମ୍ପନ ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ମାମଲାର ଛାନଭିନ ଆରମ୍ଭ କରିଥିଲା ସିବିଆଇ । ତେବେ ଖୋଳତାଡବେଳେ ଜଣାପଡିଥିଲା ଭୁବନେଶ୍ୱରର କାଳିଆ ସାହୁ ସଂପର୍କରେ । କାଳିଆ ଦୁଷ୍କର୍ମ କରୁଥିବାବେଳେ ଏହାର ରେକର୍ଡିଂ କରୁଥିଲା ଅନ୍ୟଜଣେ ଯୁବକ । ଭିଡିଓ ଅପଲୋଡ୍ ହୋଇଥିଲା ବେଙ୍ଗଲୁରୁରେ। ଜଣେ ଦଶମ ଶ୍ରେଣୀ ଫେଲ ଡ୍ରାଇଭର ଏହିଭଳି ୪୭୨ ଆପତିଜନକ ଭିଡିଓ ଅପଲୋଡ କରିଥିଲା । ଯାହା ଭିତରେ ଅନେକ ଭିଡିଓ ଥିଲା ଓଡିଶାର । ସୁନିତା କହିଛନ୍ତି ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଏ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ଏବଂ କାଳିଆ ନିଶ୍ଚିତ କଠୋର ଦଣ୍ଡ ପାଇବ ।

ପର୍ନ ବଜାରରେ ଓଡିଆ ଝିଅଙ୍କ ଇଜ୍ଜତ୍ ବିକ୍ରିର ଆଉ ଏକ ଦିଗ ମଧ୍ୟ ସାମ୍ନାକୁ ଆସିଛି । ଏହି ବଜାରରେ ସକ୍ରିୟ ଥିବା କିଛି ଦଲାଲ- ପ୍ରେମିକ ପ୍ରେମିକାଙ୍କ ଗତିବିଧି ଉପରେ ନଜର ରଖିଥାନ୍ତି । ନିଜ ବୟ ଫ୍ରେଣ୍ଡ ସହ କୌଣସି ଅନ୍ତରଙ୍ଗ ମୁହୁର୍ତକୁ ସେମାନେ କେଉଁ ସ୍ଥାନରୁ ରେକର୍ଡ କରୁଥିବେ ତାହା ଅନେକ ସମୟରେ ଜଣାପଡ଼ିବା ବି ମୁସ୍କିଲ । ଏବଂ ଜଣାପଡ଼ିବା ବେଳକୁ ସେଇ ଭିଡିଓ ବିକ୍ରି ହୋଇ ବଜାରରେ ବୁଲୁଥିବ ।

ତେବେ ବାଂଲାଲୋରରୁ ଧରାପଡ଼ିଥିବା ୪୭୨ ଅଶ୍ଲୀଳ ଏମ୍ଏମ୍ଏସ୍ ଭିତରୁ ଓଡିଶାର ଅଧିକାଂଶ ଥିବା ପ୍ରମାଣ ମିଳିବା ପରେ ପୁଲିସ ପାଇଁ ବଢ଼ିଛି ଚ୍ୟାଲେଂଜ୍ । କେବଳ କାଳିଆ ସାହୁ ନୁହେଁ- ଓଡିଶାର କୋଣ ଅନୁକୋଣରେ ନାରୀ ଦେହକୁ ନେଇ ବେପାର କରୁଥିବା ଏମିତି ଅନେକ ସଇତାନ ଲୁଚି ରହିିଛନ୍ତି । ତେବେ ଦୁଷ୍କର୍ମକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଏହାକୁ ସାର୍ବଜନିନ କରିବା ଜୋର୍ ଦେଇଛନ୍ତି ସୁନିତା କ୍ରିଷ୍ଣନ୍ ।

ମହିଳା ସୁରକ୍ଷା ଓ ଅଧିକାରୀ ନେଇ କାର୍ୟ୍ୟକରୁଥିବା ସୁନିତାଙ୍କ ଏନଜିଓ ସ୍ୱ-ରକ୍ଷା ନାଁରେ ଆରମ୍ଭ କରିଛି ଏକ ଅଭିଯାନ । ଏଥିରେ ମହିଳାଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆନ୍ଧ୍ର, ତେଲେଙ୍ଗାନା ସହ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହି ଅଭିଯାନ କାର୍ୟ୍ୟକରିବ ।