ବାପା ସୁନୀଲ ସେଟ୍ଟୀଙ୍କ ପରି ଦେଖାଯାଆନ୍ତି ଅହାନ୍ ! ବଲିଉଡ଼୍ ଦୁନିଆରେ ପ୍ରବେଶ କରିବେ ଆସନ୍ତା ବର୍ଷ

39

ବଲିଉଡ୍ ଦୁନିଆରେ ପ୍ରବେଶ କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୁଏନି । ଏଥିପାଇଁ କଠିନ ପରିଶ୍ରମ କରିବା ପାଇଁ ପଡ଼େ । କଠିନ ପରିଶ୍ରମ ପରେ କିଛି ସଫଳ ହୁଅନ୍ତି ଆଉ କିଛି ବିଫଳ । ତେବ ଆସନ୍ତା ବର୍ଷ ଅନେକ ସେଲିବ୍ରିଟି ଦାୟାଦ ବଲିଉଡ୍ ଦୁନିଆରେ ପ୍ରବେଶ କରୁଛନ୍ତି ବୋଲି ଶୁଣାଯାଉଛି । ଏଥିରେ ଯେଉଁମାନଙ୍କ ନାଁ ଚର୍ଚ୍ଚାକୁ ଆସିଛି, ସେମାନେ ହେଲେ ସାରା ଅଲ୍ଲୀ ଖାନ, ଜାହ୍ନବୀ କାପୁର, ଅନନ୍ୟା ପାଣ୍ଡେ ଏବଂ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ । ଆହାନକୁ ଖୁବ ଶୀଘ୍ର ‘ବି ଟାଉନ’ର ନିର୍ଦ୍ଦେଶକ ସାଜିଦ ନାଡିୟାବାଲଙ୍କ ଆକ୍ସନ ସିନେମାରେ ଦେଖିବାକୁ ପାଇବେ । ବର୍ତ୍ତମାନ ଚର୍ଚ୍ଚା ହେଉଛି, ଭାଇଜାନଙ୍କ ପରାମର୍ଶ କ୍ରମେ ସାଜିଦ ତାଙ୍କ ସିନେମାରେ ଅହାନଙ୍କୁ ଲଂଚ କରୁଛନ୍ତି ।

କେବଳ ଏତିକି ନୁହେଁ ଆହାନଙ୍କ ହାତରେ ଏବେ ତିନୋଟି ସିନେମା । ଆହାନଙ୍କର ଅଭିନୟ ଦକ୍ଷତାକୁ ଦେଖି ସାଜିଦ ତାଙ୍କର ଆଗାମୀ ତିନିଟ ସିନେମାରେ ଅଭିନୟ କରିବାକୁ ଆହାନଙ୍କୁ ସୁଯୋଗ ଦେଇଛନ୍ତି । ଆହାନଙ୍କର ଭଉଣୀ ଆଥିୟା ସେଟ୍ଟୀ ବଲିଉଡ୍ ଦୁନିଆରେ ପାଦ ଦେଇସାରିଛନ୍ତି । ସେ ଭାଇଜାନଙ୍କ ସିନେମା ‘ହିରୋ’ ରେ କାମ କରିଥିଲେ । ସୂଚନା ଅନୁସାରେ, ସୁନିଲ ସେଟ୍ଟୀ ଓ ସାଲମାନ ଖାନ ଭଲ ବନ୍ଧୁ ଅଟନ୍ତି । ଏହି ବନ୍ଧୁତ୍ୱ ପାଇଁ ହିଁ, ସଲମାନ୍ ସୁନୀଲଙ୍କ ପିଲାମାନଙ୍କୁ ବଲିଉଡ୍ ଦୁନିଆରେ ଆଣିବା ପାଇଁ ଚେଷ୍ଟା କରିଛନ୍ତି ।

ଅହାନ ବର୍ତ୍ତମାନ ଲଣ୍ଡନରେ ଅଭିନୟ ଶିକ୍ଷା ଗ୍ରହଣ କରୁଛନ୍ତି । ଅହାନ ବାପା ସୁନିଲ ସେଟ୍ଟୀଙ୍କ ପରି ଦେଖାଯାଆନ୍ତି । ପୁଅର ଡେବ୍ୟୁ ନେଇ ସୁନିଲ ସେଟ୍ଟୀ କହିଛନ୍ତି, ଅହାନ ଏହି ବର୍ଷ ଡିସେମ୍ବରରୁ କାମ ଆରମ୍ଭ କରିବେ । ମୋ ଅନୁସାରେ ସେ ଉଚିତ୍ ରାସ୍ତା ଧରିଛନ୍ତିି । ସେ ସାଜିଦ ନାଡିୟାବାଲାଙ୍କ ସିନେମାରୁ କାମ ଆରମ୍ଭ କରିବେ । ଏଥିପାଇଁ ତାଙ୍କର ଡେବ୍ୟୁ ସିନେମା ଭଲ ରହିବ ବୋଲି ଆଶା କରୁଛି ବୋଲି କହିଛନ୍ତି ସୁନୀଲ ସେଟ୍ଟୀ ।