କ୍ନିନ୍ ବ୍ରହ୍ମପୁର ପାଇଁ ବଲିଉଡ଼୍ ସେଲିବ୍ରିଟିଙ୍କ ଅପିଲ୍ ! ସୁନୀଲ ସେଟ୍ଟୀ ଦେଲେ ଆହ୍ୱାନ, ସଫା ରଖ ସହର

107

ସ୍ୱଚ୍ଛତା କେବଳ ଏକ ସ୍ଳୋଗାନ୍ ନୁହେଁ । ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଏହା ଏକ ଅଂଶ ହେବା ଆବଶ୍ୟକ । ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସ୍ୱଚ୍ଛତା ଆବଶ୍ୟକ । ୨୦୧୪ ଅକ୍ଟୋବର ୨ତାରିଖରେ ନୂଆଦିଲ୍ଲୀର ରାଜପଥରେ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାଡ଼ୁ ଧରି ଅଳିଆ ସଫା କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ବେଶ୍ କିଛି ଦିନ ପାଇଁ ଦେଶବ୍ୟାପୀ ସମୂହ ଆନ୍ଦୋଳନରେ ପରିଣତ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ୍ । ସ୍ୱଚ୍ଛ ଭାରତ ଅଭିଯାନ ଦେଶବ୍ୟାପୀ ନାଗରିକମାନଙ୍କୁ ଏକାଠି କରିଥିଲା ।

berhmepur

ସ୍ୱଚ୍ଛ ଭାରତର ସନ୍ଦେଶର ପ୍ରସାର କ୍ଷେତ୍ରରେ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ଏହି ସ୍ୱଚ୍ଛତା ଆନ୍ଦୋଳନରେ ସାମିଲ ସରକାରୀ ଅଧିକାରୀଙ୍କଠାରୁ ଯବାନ, ବଲିଉଡ ଅଭିନେତା, କ୍ରୀଡ଼ାବିତ୍, ଶିଳ୍ପପତି, ଧର୍ମଗୁରୁ ଆଦି ସମସ୍ତେ ସାମିଲ ହୋଇଥିଲେ । ଲିଉଡ ତାରକାଙ୍କଠାରୁ ଆରମ୍ଭ କରି ଟିଭି ଅଭିନେତାମାନେ ଏହି ପ୍ରୟାସରେ ସକ୍ରିୟ ସାମିଲ ହୋଇଥିଲେ । ଆମ ରାଜ୍ୟ ଓଡ଼ିଶାର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସ୍ୱଚ୍ଚ ଭାରତ ଅଭଭିଯାନ ପ୍ରତି ତତ୍ପରତା ଦେଖିବା ପାଇଁ ମିଳିଥିଲା । ବେଶ୍ କିଛି ଦିନ ଏହି ମିଶନ ଖବରକାଗଜର ପୃଷ୍ଠାମଣ୍ଡନ କରିଥିଲା । ତେବେ ଧୀରେ ଧୀରେ ଲୋକେ ମିଶନକୁ ଭୁଲିବାରେ ଲାଗିଲେ । ବର୍ତ୍ତମାନ ପୂର୍ବପରି ଆଉ ସ୍ୱଚ୍ଛତା ମିଶନ ପ୍ରଦି ଧ୍ୟାନ ଦେଉନାହାନ୍ତି ଲୋକେ ।

ତେବେ ଏପରି ସମୟରେ ବଲିଉଡ଼ର ଲୋକପ୍ରିୟ ଅଭିନତା ସୁନୀଲ ସେଟ୍ଟୀ ଓଡ଼ିଶାର ବ୍ରହ୍ମପୁର ସହରକୁ ସ୍ୱଚ୍ଛ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ସୁନୀଲ ସେଟ୍ଟୀ ବ୍ରହ୍ମପୁର ସହରକୁ ସ୍ୱଚ୍ଚ ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବାହାରେ ମଳତ୍ୟାଗ ନକରିବା ସହ ସହରକୁ ସଫାସୁତୁରା ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଅଳିଆ ଅବର୍ଜନା ମୁକ୍ତ କରିବା ପାଇଁ ସହରବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମଇଳା ଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗ ହୁଏ ବୋଲି ସେ କହିଛନ୍ତି । ବ୍ରହ୍ମପୁର ସହରକୁ ସରସ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆଉ ଜଣେ ବଲିଉଡ଼୍ ଅଭିନେତା ଶ୍ରେୟମ ତଳପଡ଼େ ବ୍ରହ୍ମପୁର ସହରକୁ ସ୍ୱଚ୍ଛ ରଖିବା ପାଇଁ ଅନୁରୋଧ କରଥିଲେ ।